Odia News Portal

ସୁନ୍ଦରଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼

ସୁନ୍ଦରଗଡ଼ଗୋଷ୍ଠୀ ସଂଘର୍ଷ ଘଟଣାର ଉପଦ୍ରବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶାନ୍ତି କମିଟି ବୈଠକରେ ସମସ୍ତ ନାଗରିକ ଏକ ସ୍ବରରେ ଦାବି କରିଥିଲେ। ଆକ୍ସନ ମୁଡ୍ ରେ ଆସିଛି ପୁଲିସ। ଗତକାଲି ରାତିରୁ ସହରର ବିଭିନ୍ନ ସ୍ଥାନରେ ଟାଉନ ଥାନା ପୁଲିସ ଚଢ଼ଉ କରି ଉଭୟ ଗୋଷ୍ଠୀର ୬ ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ଅନ୍ଯ ଫେରାର ଉପଦ୍ରବୀଙ୍କୁ ଧରିବାକୁ ତନାଘନା ଚଲାଇଛି। ଦୁଇ ଦିନ ତଳେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଜଣେ ଲୋକ ଗୋ ମାଂସ ରଖିଥିବା ଅଭିଯୋଗ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିଲା । ଏଥିରେ ପୁଲିସ କର୍ମଚାରୀଙ୍କ ସମେତ ଦୁଇ ଗୋଷ୍ଠୀର ୧୨ରୁ ଅଧିକ ଲୋକେ ଆହତ ହୋଇଥିଲେ। ଉପଦ୍ରବୀମାନେ ଦୋକାନ, ଗାଡ଼ିମୋଟର  ଭଙ୍ଗାରୁଜା କରିବା ସହ ଏକ ପିକଅପ.ଭ୍ଯାନକୁ ଜାଳି ଦେଇଥିଲେ।ଏହାପରେ ସହରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଧାରା ଜାରି କରିଥିଲା ପ୍ରଶାସନ। ସମସ୍ତ ଦୋକାନବଜାର, ସ୍କୁଲ କଲେଜ ବନ୍ଦ କରିଥିଲା। ଏହା ସହ ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିଲା।