ଗୋ ମାଫିଆଙ୍କ ଘରେ ରେଡ୍ । ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ । କେନ୍ଦୁଝର ପୋଲିସ ପକ୍ଷରୁ ଗୋ ମାପିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଲକରର ଯାଞ୍ଚ ଚାଲିଛି । ସମୁଦାୟ ୫ଟି ଜିଲ୍ଲାରେ ଗୋ ମାଫିଆଙ୍କର ୨୦୦ ଟି ଆକାଉଣ୍ଟ ପୋଲିସକୁ ମିଳିଥିଛି । ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୨୧ଟି ଆକାଉଣ୍ଟର ଯାଞ୍ଚ କରାଯାଇଛି । ମାଫିଆଙ୍କ ଆକାଉଣ୍ଟରୁ ୪ କୋଟି ୪୦ ଲକ୍ଷ ଟଙ୍କା ମିଳିଥିବା ବେଳେ ୫୦ରୁ ଉର୍ଦ୍ଧ ଲକର ଥିବା ପୋଲିସ ଜାଣିବାକୁ ପାଇଛି । ଆହୁରି ୭୯ଟି ଆକାଉଣ୍ଟ ଯାଞ୍ଚ ହେବାକୁ ବାକି ଥିବା କେନ୍ଦୁଝର ପୋଲିସ ସୂଚନା ଦେଇଛି ।
