Odia News Portal

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରାପାଟି ଗାଡ଼ି, ଦୁର୍ଘଟଣାରେ ୬ କଳାକାର ଗୁରୁତର

ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରାପାଟି ଗାଡ଼ି । ଦୁର୍ଘଟଣାରେ ୬ କଳାକାର ଗୁରୁତର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୬ଜଣ କଳାକାର ଛିଟିକି ହୋଇ ରାସ୍ତାକଡ଼କୁ ପଡିଯାଇଥିଲେ । ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଦେଖି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଛନ୍ତି । ମୁଣ୍ଡିବେଡ଼ାରେ ନାଟକ ସାରି ଫେରୁଥିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ପ୍ରାଥମିକ ଚିକିତ୍ସା ପରେ ଜଣେ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।