Odia News Portal

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ, ସର୍ଚ୍ଚ ଅପରେସନ ଜାରି

ଜମ୍ମୁ କଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ଗୁଳି ବିନିମୟ। ଚଳିତବର୍ଷ ଆରମ୍ଭ ହୋଇଥିବା ଅପରେସନ ତ୍ରାଶୀ-୧ରେ ଆତଙ୍କୀଙ୍କ ବିରୋଧରେ ସୁରକ୍ଷାବଳ ଏକ ବଡ଼ ଏବଂ ସୁନିୟୋଜିତ ଅଭିଯାନ ଆରମ୍ଭ କରିଛି । ଏହି ଅପରେସନର ମୁଖ୍ୟ ଉଦ୍ଦେଶ୍ୟ କିସ୍ତୱାଡା ଜିଲ୍ଲା ଏବଂ ଆଖାପାଖ ଅଞ୍ଚଳରେ ଥିବା ପାହାଡରେ ଥିବା ସକ୍ରିୟ ଆତଙ୍କୀକୁ ସଫା କରିବା ଏବଂ ସେମାନଙ୍କ ସଂଗଠନକୁ ଦୁର୍ବଳ କରିବା । ଜମ୍ମୁ କଶ୍ମୀର ଜିଲ୍ଲାର ସୀମାବର୍ତ୍ତୀ ଗାଁ ଚାଲିୟାରରେ ଆଜି ସକାଳୁ ପାକିସ୍ତାନୀ ଡ୍ରୋନ ଭାରତୀୟ ସୀମାରେ ବିଏସଏଫ ୪ ରାଉଣ୍ଡ ଫାୟାର କରିଥିଲେ । ଏହାପରେ ପାକ ସୀମାକୁ ଫେରିଯାଇଥିଲେ । ଏହି ଘଟଣା ପରେ ଅଞ୍ଚରେ ସର୍ଚ୍ଚ ଅପରେସନ ଜାରି ରହିଛି ।ଖବର ମୁତାବକ, ସକାଳ କିସ୍ତୱାଡାର ଡୋଲଗାମ ଏବଂ ଚତ୍ରୁ ଅଞ୍ଚଳରେ ଆତଙ୍କୀ ଏବଂ ସୁରକ୍ଷାବଳ ମଧ୍ୟରେ ମୁହାଁମୁହିଁ ହେହାଇଥିଲେ । ଗୁଇନ୍ଦା ଏଜେନ୍ସୀ ସୂଚନା ଆଧାରରେ ଲଗାତାର ତଦାରଖ ଏବଂ କାର୍ଯ୍ୟାନୁଷ୍ଠାନ କରାଯାଉଛି । ସୁରକ୍ଷା ଏଜେନ୍ସୀ ଦୀର୍ଘଦିନରୁ ଏହି ଅଞ୍ଚଳରେ ଆତଙ୍କୀ ରହିଥିବା ସତର୍କ କରାଯାଇଥିଲା । ଅପରେସନ ତ୍ରାଶୀ-୧ ରେ ଭାରତୀୟ ସେନା, ଜମ୍ମୁ କଶ୍ମୀର ପୋଲିସ ଏମଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ମିଳିତ ଅଭିଯାନରେ ଚାଲିଛି । ଏହାର ଆରମ୍ଭ ଜାନୁଆରୀ ୨୦୨୬ରୁ କିସ୍ତୱାଡା ଜିଲ୍ଲାର ଚତ୍ରୁ ଅଞ୍ଚଳରୁ ହୋଇଥିଲା । ଏହି ଅଞ୍ଚଳ ଆତଙ୍କୀ ଗତିବିଧି ପାଇଁ ସମ୍ବେଦନଶୀଳ ବୋଲି କୁହାଯାଏ । ଘନ ଜଙ୍ଗଲ ଏବଂ ଉଚ୍ଚ ପାହାଡ ଆତଙ୍କୀ ଲୁଚିବା ପାଇଁ ସୁବିଧା ହେଉଛି ।