Odia News Portal

ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାରରେ ୩୦ ଲକ୍ଷର ଗହଣା ଚୋରି, ୮ହଜାର ପୋଲିସ ଥିଲେ ନିୟୋଜିତ

ମହାରାଷ୍ଟ୍ର ବାରାମତିରେ ଲକ୍ଷଲକ୍ଷ ଲୋକ ନିଜ ପ୍ରିୟ ନେତା ‘ଅଜିତ ଦାଦା’ଙ୍କ ଅନ୍ତିମ ଦର୍ଶନ କରିବା ପାଇଁ ପହଞ୍ଚିଥିଲେ । ଏହି ଦୁଃଖଦ ସମୟର ଫାଇଦା ଉଠାଇ ଚୋର ବଡ଼ କାରନାମା କରିଛି । ଅନ୍ତିମ ସଂସ୍କାର ସମୟରେ ସୁନା ଚେନ୍ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଚେନ୍ ଚୋରି ହୋଇଥିବା ଜଣାପଡିଛି ।୨୮ ଜାନୁଆରୀରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ବିମାନ ଦୁର୍ଘଟଣାରେ ହୋଇଥିଲା । ତାଙ୍କର ଅନ୍ତିମ ସଂସ୍କାର ବାରାମତି ସ୍ଥିତ ବିଦ୍ୟା ପ୍ରତିଷ୍ଠାନ ପଡିଆରେ ସଂପୂର୍ଣ୍ଣ ରାଜକୀୟ ସମ୍ମାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ତିମ ଦର୍ଶନ ପାଇଁ ମହାରାଷ୍ଟ୍ରର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ବାରାମତି ପହଞ୍ଚିଥିଲେ । ପୁରା ସହର ଶୋକରେ ବୁଡ଼ିଥିଲା । ଯାହାର ଫାଇଦା ଉଠାଇଥିଲା ଚୋର । ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଚେନ୍ ଚୋରି ହୋଇଥିଲା ।ଭିଡ଼ର ଫାଇଦା ଉଠାଇ ଚୋର ଲୋକଙ୍କୁ ଟାର୍ଗେଟ କରିଥିଲା । ପ୍ରାୟ ୧୫ ଜଣ ଲୋକଙ୍କ ବେକରୁ ସୁନା ଚେନ୍ ଚୋରି ହୋଇଥିବା ଜଣାପଡିଛି । ଚୋରି ହୋଇଥିବା ଗହଣାର ଦାମ୍ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ କିଛି ସନ୍ଦିଗ୍ଧ ଚୋରକୁ ଲୋକମାନେ ଧରିପକାଇଥିଲେ ।ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ୮ ହଜାର ପୋଲିସ କର୍ମୀ ନିୟୋଜିତ ରହିଥିଲେ । ଏହାପରେ ମଧ୍ୟରେ ଚୋରି ଘଟଣା ଘଟିଥିଲା । ଯାହା ପୋଲିସ ବ୍ୟବସ୍ଥାକୁ ଏକ ବଡ଼ ଚ୍ୟାଲେଞ୍ଜ । ପୀଡିତ ନାଗରିକ ଅଭିଯୋଗ ଅନୁଯାୟୀ ପୋଲିସ ଥାନାରେ ମାମଲା ଦାୟର ହୋଇଥିଲା ।