Odia News Portal

ଆଜିଠୁ ଯଖପୁରା ଷ୍ଟେସନ୍‌ରେ ଅଟକିବନି ୩ ଟ୍ରେନ୍‌

ଖୋର୍ଦ୍ଧାରୋଡ୍‌ ଡିଭିଜନ ଅନ୍ତର୍ଗତ ଯଖପୁରା-ଯାଜପୁରକେନ୍ଦୁଝର ରୋଡ୍‌ ମଧ୍ୟରେ ତୃତୀୟ ରେଳ ଲାଇନ୍‌ କାର୍ଯ୍ୟକ୍ଷମ ସହ ଯଖପୁରା ଷ୍ଟେସନ୍‌ର ଆଧୁନିକୀକରଣ କାର୍ଯ୍ୟ ପାଇଁ ୩ଟି ଯାତ୍ରୀବାହୀ ଟ୍ରେନ୍‌ ଯଖପୁରା ଷ୍ଟେସନରେ ରହଣି କରିବ ନାହିଁ। ଫେବ୍ରୁଆରି ୭ରୁ ୧୨ ତାରିଖ ମଧ୍ୟରେ ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ (୬୮୪୪୩/୬୮୪୪୪), ବାଲେଶ୍ୱର-ଭୁବନେଶ୍ୱର-ବାଲେଶ୍ୱର ମେମୁ (୬୮୪୦୭/୬୮୪୦୮), କେନ୍ଦୁଝରଗଡ଼-ପାରାଦୀପ-କେନ୍ଦୁଝରଗଡ଼ ମେମୁ (୬୮୪୪୭/୬୮୪୪୮) ଅଟକିବ ନାହିଁ। ତେଣୁ ଯାତ୍ରୀମାନେ ସେହି ଅନୁଯାୟୀ ଯାତ୍ରା ଯୋଜନା କରିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।