Odia News Portal

କୋଟିଏ ଟଙ୍କାର ନୀଳ ଜହର, ଜଙ୍ଗଲ ଭିତରୁ ଜବତ ହେଲା ୫୪ଟି ବ୍ୟାଗ୍

କୋଟିଏ ଟଙ୍କାର ନୀଳ ଜହର । ଜଙ୍ଗଲ ଭିତରୁ ଜବତ ହେଲା ୫୪ଟି ବ୍ୟାଗ୍ । କାଲିମେଳା ପୋଲିସକୁ ମିଳିଛି ବଡ଼ ସଫଳତା । ଭେଜାଙ୍ଗିୱାଡା ଅଞ୍ଚଳରେ ଜଙ୍ଗଲ ଭିତରେ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବାନେଇ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଜବତ ହୋଇଥିଲା ୧୨ କ୍ୱିଣ୍ଟାଲ ଗଞ୍ଜେଇ ।ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ।  ତେବେ କାରବାରରେ ଜଡିତ କାହାକୁ ଗିରଫ କରାଯାଇପାରିନାହିଁ । ଏତେ ପରିମାଣର ଗଞ୍ଜେଇ କାହାର ଓ କେଉଁମାନେ ଏଥିରେ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି କାଲିମେଳା ପୋଲିସ ।