ନିର୍ଯାତନାର କେନ୍ଦ୍ର ପାଲଟିଛି ଧାନ ମଣ୍ଡି: ନବୀନ By Swadhikar News Last updated Feb 10, 2026 ଧାନ ସଂଗ୍ରହ ସମୟରେ ରାଜ୍ୟର ଅନ୍ନଦାତା ବ୍ୟବସ୍ଥାଗତ ଶୋଷଣ ଓ କଷଣର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଚାଷୀଙ୍କ ପାଇଁ ଏକ ସଂଘର୍ଷମୟ ସ୍ଥିତି ସୃଷ୍ଟି କରିଛି। ଚାଷୀଙ୍କ ଅଭିଯୋଗର ସମାଧାନ ଦିଗରେ ସରକାରଙ୍କ ବିଫଳତା ରାଜ୍ୟରେ ଚାଷୀ ଆନ୍ଦୋଳନକୁ ତୀବ୍ର କରୁଛି। ତେଣୁ ନିର୍ବାଚନ ସମୟରେ ବିଜେପି ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ଶ୍ରୀ ପଟ୍ଟନାୟକ କହିଛନ୍ତି ୨୦୨୪ ନିର୍ବାଚନ ସମୟରେ ବିଜେପି ନିର୍ବାଚନୀ ଇସ୍ତାହାରର ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟ୍ନି-ଛଟ୍ନି ବନ୍ଦ କରିବା ସମ୍ପର୍କରେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବାସ୍ତବ ସ୍ଥିତି ହେଉଛି ଯେ ରାଜ୍ୟରେ ଥିବା ମଣ୍ଡିଗୁଡ଼ିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟିଛି। ବିଭିନ୍ନ ଆଳରେ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପିଛା ୫ ରୁ ୭ କେ.ଜି ପର୍ଯ୍ୟନ୍ତ କଟ୍ନି-ଛଟ୍ନି କରାଯାଉଛି। ମିଲର ଓ ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀମାନେ ନିଜର କଠିନ ପରିଶ୍ରମର ମୂଲ୍ୟ ପାଉନାହାନ୍ତି। ତେଣୁ ତୁରନ୍ତ ମଣ୍ଡିଗୁଡ଼ିକରେ ସ୍ପେଶାଲ ସ୍କ୍ବାଡ୍ ନିୟୋଜିତ କରାଯାଉ। ଦୋଷୀ ମିଲ୍ ମାଲିକ ଓ ସରକାରୀ ଅଧିକାରୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। swadhikarswadhikar news Share