Odia News Portal

ମଝି ରାତିରେ ମାତିଲେ ମନ୍ଦିର ଚୋର, ତାଲା କାଟି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ

ମନ୍ଦିର ତାଲା କାଟି ଲୁଟ୍ । ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ । ପୁରୀ ଜିଲ୍ଲା ଗୋପ ଥାନା ଶୋଳପୁର ଗାଁର ମା ଏଡ଼େଙ୍ଗେଇ ଠାକୁରାଣୀଙ୍କ ମନ୍ଦିରରୁ ଲୁଟ ହୋଇଛି । ଦାନହୁଣ୍ଡି ତାଲା କାଟି ଲକ୍ଷାଧିକ ଟଙ୍କା ସହ ମାଙ୍କ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସକାଳୁ ମନ୍ଦିର ପୂଜକ ମନ୍ଦିର ଖୋଲାଲା ବେଳେ ସମସ୍ତ ଜିନିଷପତ୍ର ଏଣେତେଣେ ପଡିଥିଲା । ଏ ସମ୍ପର୍କରେ ଗ୍ରାମବାସୀଙ୍କୁ ଖବର ଦେବା ସହ ଗୋପ ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥାନରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସୁନା, ରୁପା ଅଳଙ୍କାର ଓ ଦାନହୁଣ୍ଡିରେ ଥିବା ଟଙ୍କା ଅନୁମାନ ମୂଲ୍ୟ ୫ଲକ୍ଷରୁ ଅଧିକ ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସାଇଣ୍ଟିଫିକ ଟିମର ତଦନ୍ତ ପରେ କେଉଁମାନେ ଏଭଳି କରିଛନ୍ତି ଜଣାପଡ଼ିବ ।