ଭାରତ ବନ୍ଦ ବେଳେ ରୋଚକ ଦୃଶ୍ୟ । ହଟହଟା ହେଲା ବର । ସୋରରୁ ଆସିଲେ, ଭୁବନେଶ୍ବରରେ ଅଟକିଲେ । ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜୟଦେବ ବିହାରରେ ଅଟକିଲା ବର ଗାଡି । ବାହା ହେବା ପାଇଁ ସୋରରୁ ଆସୁଥିଲେ ଖୋର୍ଦ୍ଧା । ଭାରତ ବନ୍ଦ ଯୋଗୁଁ ହଟହଟା ହେଲେ ବର ଓ ବରଯାତ୍ରୀ । ଭିଡ଼ ଯୋଗୁ ମଣ୍ଡପରେ ପହଞ୍ଚିପାରୁନାହାନ୍ତି ।
ସେପଟେ ବନ୍ଦ ପ୍ରଭାବରେ ଭଦ୍ରକ ସହରର ସବୁ ଦୋକାନ ବଜାର,ସ୍କୁଲ କଲେଜ ଓ ସରକାରୀ ଅଫିସ ବନ୍ଦ ରହିଛି । ଟ୍ରେଡ଼ ୟୁନିୟନ ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରୁଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ହଜାର ହଜାର ସଂଖ୍ୟାରେ ଟ୍ରକ ଗୁଡିକ ଅଟକି ରହିଛି। ଡ୍ରାଇଭର ମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଭଦ୍ରକ ବସ ଷ୍ଟାଣ୍ଡରେ ବସ ଚଳାଚଳ କରୁନାହିଁ । ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ।
