ରିମାଣ୍ଡରେ ହାର୍ଡକୋର ବିହାରୀ ଅପରାଧୀ ମଧୁକାନ୍ତ ରାଣା । ୬ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି କମିଶନରେଟ ପୋଲିସ । ଆଜି ଚୌଦ୍ବାର ଜେଲ ନେଇ ସିନ୍ ରିକ୍ରିଏସନ କରିବ ପୋଲିସ । ପାଚେରୀ ଡେଇଁ କିପରି ଫେରାର ହେଲା ଦେଖାଇବ ମଧୁକାନ୍ତ । ପଚରାଉଚରା ପାଇଁ କମିଶନରେଟ ପୋଲିସର ଏକ ଚାରି ଜଣିଆ ଟିମ୍ ଗଠନ କରାଯାଇଛି । ଚୌଦ୍ବାର ଜେଲରୁ ଫେରାର ହେବାରେ କେହି ସହଯୋଗ କରିଥିଲେ କି? ଅନ୍ୟ ଫେରାର ଅପରାଧୀ ରାଜା ସାହାଣୀ ଏବେ କେଉଁଠି? ମଧୁକାନ୍ତକୁ ବିଭିନ୍ନ ପ୍ରଶ୍ନ ଗୁଡ଼େଇତୁଡେଇ ପଚାରୁଛି । ଗତ ୧୪ ତାରିଖରେ ବୃନ୍ଦାବନର ଏକ ମଠରୁ ମଧୁକାନ୍ତକୁ ଗିରଫ କରାଯାଇଥିଲା । ସେପଟେ ଅନ୍ୟ ଫେରାର ଅପରାଧୀ ରାଜା ସାହାଣୀର ଏଯାଏ ମିଳିନି ପତ୍ତା ।
