Odia News Portal

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ । ଓଡ଼ିଶାରେ ୪ଟି ଆସନରେ ହେବ ନିର୍ବାଚନ । ୧୦ ରାଜ୍ୟର ୩୭ଟି ଆସନ ପାଇଁ ହେବ ମତଦାନ । ଫେବ୍ରୁଆରୀ ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ମାର୍ଚ୍ଚ ୬ରେ ନାମାଙ୍କନ ଯାଞ୍ଚ ହେବ । ମାର୍ଚ୍ଚ ୯ରେ ନାମାଙ୍କନ ପ୍ରତ୍ୟାହାର ହେବ । ମାର୍ଚ୍ଚ ୧୬ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ । ଅପରାହ୍ନ ୫ଟାରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଏପ୍ରିଲ ୨ ତାରିଖରେ ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସରୁଛି । ମମତା ମହାନ୍ତ, ମୁନ୍ନା ଖାନ, ସୁଜୀତ କୁମାର ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରୁଛି ।