୩୦ଫୁଟ ତଳକ ଖସିଲା ମହୁଲ ବୋଝେଇ ଟ୍ରକ । ଚାଳକ ଗୁରୁତର ହୋଇଛନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ଦୁର୍ଘଟଣା ଘଟିଛି। ଟ୍ରକଟି ମହୁଲ ନେଇ ବଲାଙ୍ଗିରରୁ କରଡା ଯାଉଥିବା ବେଳେ କରଡ଼ା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରି ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଚାଳକ ଜଣକ ହେଲେ ବଲାଙ୍ଗିର ଶିବତଲା ଅଞ୍ଚଳର।
