ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ, ରାତିରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରିବେ ଭକ୍ତ ଶ୍ରଦ୍ଧାଳୁ By Swadhikar News Last updated Mar 3, 2026 ଚନ୍ଦ୍ରଗ୍ରହଣ ପାଇଁ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀ ଜୀଉଙ୍କ ସୁନା ବେଶ ଅନୁଷ୍ଠିତ ସହ ଦୋଳ ବେଦୀ ଠାରେ ସ୍ୱତନ୍ତ୍ର ଦୋଳ ନୀତି ହେବ । ଚଳିତ ବର୍ଷ ଦିନ ବଦଳରେ ରାତିରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କରିବେ ଭକ୍ତ ଶ୍ରଦ୍ଧାଳୁ । ମହଣ ମହଣ ସୁନା ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହୋଇ ରାତି ତମାମ ଭକ୍ତଙ୍କୁ ଦର୍ଶନ ଦେବେ । ରାତି ୧ଟାରୁ ଦ୍ବାର ଫିଟାଯାଇ ୧ଟା ୩୦ ଭିତରେ ଶୋଧ, ୧ଟା ୪୫ରେ ମଙ୍ଗଳ ଆଳତୀ, ମଇଲମ ଓ ସୂର୍ଯ୍ୟ ପୂଜା କରାଯାଇଥିଲା । ସନ୍ଧ୍ୟା ୬ଟା ୩୦ ରେ ଗ୍ରହଣ ଭୋଗ ହୋଇ ୭ଟାରେ ମଇଲମ କରାଯିବ । ରାତି ୮ଟାରୁ ୯ଟା ୩୦ ମଧ୍ୟରେ ସୁନା ବେଶ ଅନୁଷ୍ଠିତ ହେଵ । ପରେ ରାତ୍ର ୧୦ରୁ ୧୧ଟା ୩୦ ମଧ୍ୟରେ ଗୋପାଳ ବଲ୍ଳଭ ଓ ସକାଳ ଧୂପ ହୋଇ ରାତ୍ର ୧୧ଟାରୁ ୧ଟା ମଧ୍ୟରେ ଭୋଗ ମଣ୍ଡପ ଉଠିବ । swadhikarswadhikar news Share