ମନମୋହନ ସାମଲ ଓ ସୁଜିତ୍ କୁମାର ବିଜେପିର ରାଜ୍ୟସଭା ପ୍ରାର୍ଥୀ By Swadhikar News Last updated Mar 3, 2026 ବିଜେପି ଶାସକ ଦଳରେ ଥିବାରୁ ଏଥିରୁ କିଏ ରାଜ୍ୟସଭାକୁ ଯିବେ, ତାହାକୁ ନେଇ ସର୍ବାଧିକ ଚର୍ଚ୍ଚାରେ ଏକ ପ୍ରକାର ଅନ୍ତ ଘଟିଛି। ବିଜେପି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବେଳେ ଆଉ ଏକ ଆସନ ପାଇଁ ଅଙ୍କ କଷୁଛି। ଦୁଇଟି ଆସନରେ ବିଜେପି ଜିତିବାରେ କିଛି ସମସ୍ୟା ନାହିଁ। କିନ୍ତୁ ତୃତୀୟ ଆସନଟି ବି ବିଜେପି ସପକ୍ଷରେ ଯିବାର ସମ୍ଭାବନା ଅଧିକ ଥିବାରୁ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ସୁଜିତ କୁମାର ଓ ମମତା ମହନ୍ତ ବିଜେଡିର ରାଜ୍ୟସଭା ସଦସ୍ୟ ଥିଲା ବେଳେ ଇସ୍ତଫା ଦେଇ ପୁନର୍ବାର ବିଜେପି ପ୍ରାର୍ଥୀ ଭାବେ ଜିତିଥିଲେ। ଉଭୟଙ୍କର କାର୍ଯ୍ୟକାଳ ଏବେ ଶେଷ ହେଉଛି। ବିଜେପିର ଆଭ୍ୟନ୍ତରୀଣ ମହଲର ସୂଚନା ଅନୁଯାୟୀ ସୁଜିତ କୁମାରଙ୍କୁ ବିଜେପି ପ୍ରାର୍ଥୀ କରିଛି। ବିଜେପିର କେନ୍ଦ୍ରୀୟ ନେତୃତ୍ବ ମଧ୍ୟ ଏ ନେଇ ପରୋକ୍ଷରେ ଇଙ୍ଗିତ ଦେଇଥିବା ବହୁ ନେତା ଖୋଲାଖୋଲି କହୁଛନ୍ତି। ସେହିପରି ବିଜେପିର ଅନ୍ୟତମ ଟାଣୁଆ ନେତା ମନମୋହନ ସାମଲ ମଧ୍ୟ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ସୂଚନାଯୋଗ୍ୟ, ଗତମାସ ୨୮ ତାରିଖ ଦିନ ବିଜୁ ଜନତର ଦଳ (ବିଜେଡି) ରାଜ୍ୟସଭାପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ସନ୍ତୃପ୍ତ ମିଶ୍ର ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡିଡେଟ୍ ହେବେ ବୋଲି ଘୋଷଣା କରିଛନ୍ତି। ଡା.ଦତ୍ତେଶ୍ବର ହେତା ନବୀନ ନିବାସରେ ପହଞ୍ଚିବା ପରେ ତାଙ୍କ ନାମକୁ ନେଇ ଚର୍ଚ୍ଚାଜୋର୍ ଧରିଥିଲା। ଫେବ୍ରୁଆରି ୨୭ ତାରିଖ ଭଳି ୨୮ ତାରିଖ ଦିନ ମଧ୍ୟ ନବୀନ ନିବାସରେ ବିଜେଡିର ବିଧାୟକମାନଙ୍କୁ ଡକାଯାଇଥିଲା। ଯେହେତୁ ମୁଣ୍ଡ ଉପରେ ରାଜ୍ୟସଭା ନିର୍ବାଚନ ଅଛି, ତେଣୁ ବିଧାୟକଙ୍କ ବୈଠକରେ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା ହେବ ବୋଲି ସମସ୍ତେ ଭାବି ନେଇଥିଲେ। ସାରା ରାଜ୍ୟର ନଜର ଥିଲା ନବୀନ ନିବାସ ଉପରେ। ୩୦/୩୫ ବିଧାୟକ ନବୀନ ନିବାସରେ ପହଞ୍ଚିଥିଲେ ବି ନବୀନଙ୍କୁ ଦେଖା କରିପାରି ନଥିଲେ। ଦୁଇ ତିନି ଜଣ ବିଧାୟକ ନବୀନଙ୍କୁ ବ୍ୟକ୍ତିଗତ ଭାବେ ଭେଟିଥିଲେ। swadhikarswadhikar news Share