ବାଟବଣା କଲା ଅନଲାଇନ ମ୍ୟାପ । ପଶିଗଲା ଟ୍ରଲର, ଚୁରମାର ହୋଇଗଲା ଘର । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ହାତିବାରୀ ଗାଁରେ ଦେଖିବାକୁ ମିଳିଛି ଛାତିଥରା ଦୃଘଟଣା । ଦୁର୍ଘଟଣାରେ ଜଣେ ମୃତ । ଢେଙ୍କାନାଳରୁ ଆଜବେଷ୍ଟ ନେଇ କୋଲକତା ଯାଉଥିଲା ଟ୍ରଲର । କିନ୍ତୁ ମନ୍ଦାର ଛକରୁ ଅନଲାଇନ ମ୍ୟାପ୍ ବାଟବଣା ହୋଇଥିଲା । ପୁଣି ହାତୀ ବାରି ଆଡ଼କୁ ଆସି ଘର ଆଗରେ ଛିଡ଼ା ହୋଇଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା ଟ୍ରଲର । ଦୁର୍ଘଟଣାରେ ଘରେ ଥିବା ଅସ୍ଥିର ତରାଇଙ୍କ ମୃତ୍ୟୁ ହୋଇଛି । ଟ୍ରଲରଟି ଝାରଖଣ୍ଡ ବୋଲି ଜଣା ପଡିଛି ।
