Odia News Portal

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀନରେ ଡେରାବିଶ ଜଳସେଚନ ସବଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀଯନ୍ତ୍ରୀ ପ୍ରମୋଦରା ୟ। ତାଙ୍କ ସହଜଡ଼ିତ ୭ଟିସ୍ଥାନରେ ଏକକାଳୀନ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଥିବା ଜଣାଯାଇଛି। ଆଜିଅର୍ଥାତ୍୦୭-୦୩-୨୦୨୬ତାରିଖରେ, କେନ୍ଦ୍ରାପଡ଼ାଜିଲ୍ଲା କେନ୍ଦ୍ରପଡ଼ା ଜଳସେଚନ ଡିଭିଜନ ଅଧୀନରେ ଥିବା ଛତା, ଡେରାବିଶଜଳସେଚନସବଡିଭିଜନରସହକାରୀନିର୍ବାହୀଯନ୍ତ୍ରୀ (AEE) ପ୍ରମୋଦରାୟଆୟ ବହିର୍ଭୂତ  ସମ୍ପତ୍ତିଠୁଳ କରିବା ଅଭିଯୋଗରେ, ସ୍ୱତନ୍ତ୍ରବିଚାରପତି, କଟକ ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ  ଦ୍ୱାରା  ଚଢ଼ଉ ଜାରି ରହିଛି ୨ଜଣ ଅତିରିକ୍ତଏସ୍ପି, ୯ଜଣଡିଏସ୍ପି, ୯ଜଣଇନ୍ସପେକ୍ଟର, ୪ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କନେତୃତ୍ୱରେ କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକଏବଂଭୁବନେଶ୍ୱରରେତାଙ୍କନିମ୍ନଲିଖିତ୭ଟିସ୍ଥାନରେଏକକାଳୀନଘରତଲାସକରାଯାଉଛି।

୧. ଭୁବନେଶ୍ୱରର ବାଲିଅନ୍ତାର ଜୋହାଲାରେ ଅବସ୍ଥିତ ଶ୍ରୀ ରାୟଙ୍କ ଚାରି ମହଲା ବିଶିଷ୍ଟ କୋଠା।

୨. କଟକର ଚୌଦ୍ୱାରର ଜଜଭୈରବରେ ଶ୍ରୀ ରାୟଙ୍କ ଦୁଇ ମହଲା ବିଶିଷ୍ଟ କୋଠା।

୩. କଟକ ଜିଲ୍ଲାର ବାଙ୍କିର ରଗଡିରେ ତାଙ୍କ ପୈତୃକ ଘର।

୪. ଭଦ୍ରକର ବୁଡଙ୍ଗାରେ ତାଙ୍କ ସମ୍ପର୍କୀୟଙ୍କ ଘର।

୫. ଡେରାବିଶ ଜଳସେଚନ କାର୍ଯ୍ୟାଳୟ, କେନ୍ଦ୍ରାପଡାରେ ତାଙ୍କ କାର୍ଯ୍ୟାଳୟ ଚାମ୍ବର ଏବଂ ଅସ୍ଥାୟୀ ବାସସ୍ଥାନ।

୬ ଢେଙ୍କାନାଳ ଜିଲ୍ଲା ସାନସାଥୀବାଟିଆରେ ତାଙ୍କ ସମ୍ପର୍କୀୟଙ୍କ ଘର।

୭. ଭୁବନେଶ୍ୱରରପଟିଆରେତାଙ୍କସମ୍ପର୍କୀୟଙ୍କଘର।