କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ପଶିଲା ଭିଜିଲାନ୍ସ, ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ By Swadhikar News Last updated Mar 11, 2026 ଭୁବନେଶ୍ୱର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରୁଛି। ବିଚାରପତି ସ୍ୱତନ୍ତ୍ରଭିଜିଲାନ୍ସ,କଟକଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚୱାରେଣ୍ଟ ବଳରେ ୧୧ଜଣ ଇନ୍ସପେକ୍ଟର, ୫ଜଣ ଏବଂଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସଙ୍କ କଟକ, ଭୁବନେଶ୍ୱର (ଖୋର୍ଦ୍ଧା), ପୁରୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ନିମ୍ନଲିଖିତ ୭ ଟିସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି। ୧. ରାଜଧାନୀର କେସୁରାଠାରେ ଏକ ଆବାସିକ ତିନିମହଲା କୋଠା ୨. ଭୁବନେଶ୍ୱରର କେସୁରାଠାରେ ଅନ୍ୟଏକ ଆବାସିକ ତିନିମହଲା କୋଠା(ନିର୍ମାଣାଧୀନ)। ୩. ପୁରୀ ଜିଲ୍ଲା ଦୋଛିଆଁରେ ଥିବା ପୈତୃକ ଘର। ୪. ଭୁବନେଶ୍ୱର ରଲକ୍ଷ୍ମୀସାଗରରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର। ୫. କଣ୍ଟାପଡ଼ା ଠାରେ ପ୍ରସନ୍ନ ସାମନ୍ତରାୟଙ୍କ ଅଫିସ ଚାମ୍ବର। ୬. କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବାଦପାଲଡିଆରେ ଥିବା ତାଙ୍କର ଅନ୍ୟ ସମ୍ପର୍କୀୟଙ୍କ ବାସଗୃହ। ୭. କଣ୍ଟାପଡ଼ାଠାରେ ଥିବା ସରକାରୀ ବାସଭବନ। swadhikarswadhikar news Share