Odia News Portal

ବିଜେପି ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା

ବିଜେପି ଛାଡ଼ିଲେ ଜୀବନ ପ୍ରଦୀପ ଦାସ । ବିଜେପି ଛାଡ଼ିଲେ ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାବିଜେପିରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଛନ୍ତି ।

ରବୀନ୍ଦ୍ର ଜେନାଙ୍କ ବିଜେପିରେ ସାମିଲ ହେବାକୁ ବିରୋଧ କରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେ କହିଛନ୍ତି, ‘ମୂଲ୍ୟବୋଧଯୁକ୍ତ ରାଜନୀତିରୁ ଦୂରେଇ ଯାଇଛି ବିଜେପି । ‘ଜଣେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଜେପିରେ ସାମିଲ କରାଯାଇଛି । ‘ରାଜ୍ୟସଭା ନିର୍ବାଚନରେ ବିଜେପି ନୀତି, ନୈତିକତା ହରାଇଛି’ ।

ଦୀର୍ଘ ବର୍ଷ ପରେ ଭାରତୀୟ ଜନତା ପାର୍ଟିରୁ ଦୂରେଇ ରହିଲା ପରେ, ବହୁ ଆଶାଭରସା ନେଇ ୨୦୨୧ରେ ଦଳକୁ ଫେରିଥିଲେ । ବିଗତ ୫ ବର୍ଷରୁ ଅଧିକ ସମୟ ଧରି ଦଳ ଯେଉଁ ଦାୟିତ୍ବ କାର୍ଯ୍ୟ ଦେଇଛି ତାକୁ ସୂଚାର ରୂପେ ତୁଲାଇଛି । ମାନସିକ ଅଶାନ୍ତି ଓ କ୍ଷୋଭର ସହ ଇସ୍ତଫା ଦେଉଛି ବୋଲି କହିଛନ୍ତି ଜୀବନ ପ୍ରଦୀପ ଦାସ ।