Odia News Portal

ମହିଳାଙ୍କ ଏସିଡ୍‌ ମାଡ଼, ଯୁବକଙ୍କ ଆଖି ନଷ୍ଟ

ନିଶାସକ୍ତ ଯୁବକଙ୍କ ଉତ୍ପାତ ଅତିଷ୍ଠ କଲା। ତାଙ୍କ ଗାଳିଗୁଲଜ ଓ ବ୍ୟବହାର ଅସହ୍ୟ ହେବାରୁ ଯୁବକଙ୍କ ମୁହଁକୁ ଜଣେ ମହିଳା ଏସିଡ୍‌ ଫିଙ୍ଗିଦେଲେ। ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ସହର ୪ ନମ୍ବର ୱାର୍ଡ଼ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱାରସାହିର ବୁଡୁ ଦାସ ନିଶାସକ୍ତ ଅବସ୍ଥାରେ ପ୍ରତିଦିନ ଉକ୍ତ ମହିଳାଙ୍କୁ ଗାଳିଗୁଲଜ କରିଆସୁଥିଲେ। ଆଜି ସନ୍ଧ୍ୟାରେ ପ୍ରଚୁର ମଦ ପିଇ ତାଙ୍କ ଘର ଆଗରେ ଅସଭ୍ୟ ଭାଷାରେ ଗାଳି କରିବାରୁ ମହିଳାଜଣକ ଏଥିରେ ଅତିଷ୍ଠ ହୋଇପଡ଼ିଥିଲେ। ନିଜ ଘରୁ ଏସିଡ୍‌ ଆଣି ବୁଡ଼ୁଙ୍କ ମୁହଁ ଉପରକୁ ଫୋପାଡ଼ି ଦେଇଥିଲେ। ଏଥିରେ ବୁଡୁଙ୍କ ବାମଆଖି ନଷ୍ଟ ହୋଇଯାଇଛି।ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କବିସୂର୍ଯ୍ୟନଗର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏନେଇ କବିସୂର୍ଯ୍ୟନଗର ଥାନାରେ ବୁଡ଼ୁଙ୍କ ପରିବାରବର୍ଗ ଏତଲା ଦେଇଛନ୍ତି। ପୁଲିସ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ସଂପୃକ୍ତ ମହିଳାଙ୍କୁ ଜେରା କରୁଛି।