Odia News Portal

ଭିତରକନିକା ଓ ଗହୀରମଥାକୁ ଜଗିବ ଡ୍ରୋନ, ବେଆଇନ ମାଛ ମାରୁଥିବା ଟ୍ରଲର ଗୁଡିକୁ କରିବ ଚିହ୍ନଟ

ଗହୀରମଥା ଓ ଭିତରକନିକାର ସୁରକ୍ଷାରେ ନିୟୋଜିତ ହେବ ଡ୍ରୋନ । ଉଭୟ ସାମୁଦ୍ରିକ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନର ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖିବ ଏହି ଡ୍ରୋନ କ୍ୟାମେରା । ଦୀର୍ଘ ପାଞ୍ଚଦିନ ଧରି ରାଜନଗର ବନବିଭାଗର କର୍ମଚାରୀଙ୍କୁ ଡ୍ରୋନ କ୍ୟାମେରା ଚଳାଇବାର ଟ୍ରେନିଂ ଦିଆଯାଉଛି ।  ବର୍ତ୍ତମାନ ଅଲିଭରିଡଲେ କଇଁଛମାନେ ଗହୀରମଥା ସମୁଦ୍ର କୂଳରେ ସମୁହ ଅଣ୍ଡାଦାନରେ ସାମିଲ ହେବା ପାଇଁ ଭିଡ଼ ଜମାଇଲେଣି ।  ଏମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏହି ଡ୍ରୋନ କ୍ୟାମେରାର ବ୍ୟବସ୍ଥା କରାଯାଇଛି । ସମୁଦ୍ର ମଧ୍ୟରେ ୨୫ କିଲୋମିଟର ପର୍ଯ୍ୟନ୍ତ ଏହି ଡ୍ରୋନ ଯାଇପରିବାର କ୍ଷମତା ରହିଛି ।ଏହା ମଧ୍ୟରେ ହେଉଥିବା ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇପାରିବ ।  ଏହା ଦ୍ୱାରା ନିଷିଦ୍ଧଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଗୁଡିକୁ ମଧ୍ୟ ଚିହ୍ନଟ କରାଯାଇପାରିବ । ଗହୀରମଥାର ଅଲିଭରିଡଲେଙ୍କ ସମେତ ଭିତରକନିକାର ବିଭିନ୍ନ ପଶୁପକ୍ଷୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇପରି ।  ଭିତରକନିକା ଓ ଗହୀରମଥାର ସୁରକ୍ଷାରେ ଏହା ବହୁତ ସହଯୋଗ କରିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।