ବହୁ ପ୍ରତୀକ୍ଷିତ ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାରେ ଆଜି ହୋଇଥିବା ମତଦାନର ଫଳାଫଳ ଆସିଛି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ବିଜୟୀ ହୋଇଛନ୍ତି। ସେହିପରି ବିଜେପି ସମର୍ଥନରେ ନିର୍ବାଚନରେ ଅବତୀର୍ଣ୍ଣ ଦିଲୀପ ରାୟ ମଧ୍ୟ ରାଜ୍ୟସଭା ଟିକେଟ୍ ପାଇଛନ୍ତି। ବିଜେଡିର ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଥିଲା ବେଳେ ଦଳ ସମର୍ଥନ କରିଥିବା ଦତ୍ତେଶ୍ବର ହୋତାଙ୍କୁ ପରାଜିତ ହୋଇଛନ୍ତି।
- ମନମୋହନ ସାମଲ (ବିଜେପି): ୩୫୦୦ (ବିଜୟ)
- ସୁଜିତ କୁମାର (ବିଜେପି): ୩୫୦୦ (ବିଜୟ)
- ସଂତୃପ୍ତ ମିଶ୍ର (ବିଜେଡି): ୩୧୦୦ (ବିଜୟ)
- ଦିଲୀପ ରାୟ (ବିଜେପି ସମର୍ଥିତ): ୩୪୧୮ (ବିଜୟ)
- ଦତ୍ତେଶ୍ବର ହୋତା (ବିଜେଡି ଓ କଂଗ୍ରେସ): ୨୩୦୦ (ପରାଜୟ)
ରାଜ୍ୟସଭାକୁ ପୁଣି ଥରେ ସୁଜିତ କୁମାର ଓ ଦିଲୀପ ରାୟ ଯାଇଥିବା ବେଳେ ମନମୋହନ ସାମଲ ଏବଂ ସଂତୃପ୍ତ ମିଶ୍ର ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି। ଅନ୍ୟପଟରେ ଦତ୍ତେଶ୍ବର ହୋତାଙ୍କୁ ଶକ୍ତ ଝଟକା ଲାଗିଛି। କ୍ରସ ଭୋଟିଂ ଯୋଗୁଁ ଦତ୍ତେଶ୍ବରଙ୍କ ପାଇଁ ଫଳାଫଳ ସକରାତ୍ମକ ଆସି ନାହିଁ ବୋଲି ବିଜେଡି ଏବଂ କଂଗ୍ରେସ କହିଛନ୍ତି। ନିର୍ବାଚନ ଫଳାଫଳ ପରେ ବିଜେଡି ନେତା ପ୍ରତାପଦେବ ଗଣମାଧ୍ୟମକୁ କହିଛନ୍ତି, ଆମ ଦଳର ୮ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି। ସେମାନେ ହେଲେ…
- ଅରବିନ୍ଦ ମହାପାତ୍ର
- ସନାତନ ମହାକୁଡ଼
- ସବାସିନୀ ଜେନା
- ନବ ମଲ୍ଲିକ
- ସୌଭିକ ବିଶ୍ବାଳ
- ରମାକାନ୍ତ ଭୋଇ
- ଚକ୍ରମଣି କହଁର
- ଦେବୀ ରଂଜନ ତ୍ରିପାଠୀ
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଦଳର ୩ଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ। ସେମାନେ ହେଲେ…
- ସୋଫିଆ ଫିର୍ଦ୍ଦୋସ
- ରମେଶ ଜେନା
- ଦାଶରଥୀ ଗମାଙ୍ଗ
ସୂଚନାଯୋଗ୍ୟ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ସକାଳ ୯ଟାରୁ ବିଧାନସଭାରେ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହୋଇଥିଲା। ସନ୍ଧ୍ୟା ୫ଟାରେ ମତଗଣନା କରାଯାଇଥିଲା। ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇଛି।
