ରାଉରକେଲାରେ କାଳବୈଶାଖୀର ତାଣ୍ଡବ, ଗଛ ପଡ଼ି ରାସ୍ତା ଅବରୋଧ By Swadhikar News Last updated Mar 18, 2026 ଗତକାଲି ରାତି ପ୍ରାୟ ସାଢେ ଏଗାରଟା କାଳବୈଶାଖୀର ପ୍ରଭାବରେ ସହରରେ ପବନ, ବିଜୁଳି,ଘଡଘଡି ସହ ମୂଷଳଧାରାରେ ବର୍ଷା ହୋଇଥିଲାl ପ୍ରାୟ ୪୦ ମିନିଟ ଧରି ଜୋରରେ ପବନ ବହିବାରୁ ସହରର ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା l କିଛି ସ୍ଥାନରେ ଗଛ ପଡ଼ିବାରୁ ରାସ୍ତାରେ ଯାତାୟତ ବନ୍ଦ ହୋଇ ଯାଇଥିଲା lରାଉରକେଲା ଜେଲ ରୋଡ଼, ସମେତ ରିଂ ରୋଡ଼ରେ ଗଛ ପଡ଼ିଥିବା ଦେଖିବାକୁ ମିଳିଥିଲା l ଛେଣ୍ଡ କଲୋନି ଚିନ୍ମୟ ବିଦ୍ୟାଳୟ ନିକଟରେ ଗଛ ପଡ଼ିବାରୁ ଘର ଆଗରେ ଛିଡା ହୋଇଥିବା କରି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି l ବେଦବ୍ୟାସ, ଦାଣ୍ଡିଆପାଲି, ଦୟାନନ୍ଦ ନଗର ବିଜୁଳି କଟି ଯିବାରୁ ଅଞ୍ଚଳବାସୀ ଅନ୍ଧାରରେ ରହିଥିଲେ l ଏମିତି କି ବିଜୁଳି ନ ଥିବାରୁ କିଛି ଅଞ୍ଚଳକୁ ପାଇପ ପାଣି ଯୋଗାଣ ବନ୍ଦ ରହିଛି l swadhikarswadhikar news Share