Odia News Portal

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣଗ୍ରସ୍ତ, ଦୁଇଜଣ ମୃତ 

ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନlପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ହେବାରୁ ବଡ଼ ଓ ସାନ ଦୁଇ ଭାଇ ମୃତ ହୋଇଥିବା ବେଳେ ମଝିଆ  ଭାଇ ଗୁରୁତର ହୋଇଥିବା ଜଣା ପଡିଛିl  ବୁଧବାର ରାତ୍ର ୯ଟାରେ ବୌଦ୍ଧ ବ୍ଲକ ମୁଣ୍ଡିପଦର ପଂଚାୟତ ପଳସପାଟ ଗ୍ରାମର ଗୋଟିଏ ପରିବାରର ତିନି ଭାଇ ତାଙ୍କ ଟିଭିଏସ ରାଇଡ଼ର ଗାଡ଼ିରେ ଜହ୍ନlପଙ୍କ ପଟୁ ନିଜ ଗ୍ରାମକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ପନ୍ଥାଇ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେl ଗାଡ଼ିଟି ଦ୍ରୁତଗତିରେ ଯାଉଥିବା ବେଳେ ରାସ୍ତାକଡରେ ଥିବା ତିନୋଟି ପିଲର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ଏବଂ ଗାଡିଟି ରାସ୍ତା କଡରେ ଥିବା ୧୦ପୁଟ ଡ୍ରେନ ତଳେ ପଡିଯାଇଛି l ଏଥିରେ ଗାଡ଼ିରେ ଥିବା ତିନି ଭାଇ ଦିଲ୍ଲୀପ ଉର୍ମା (୩୫), ବିଦୟ ଉର୍ମା (୨୧), ରୋହିତ ଉର୍ମା (୨୫) ଛିଟିକି ପଡ଼ିଥିଲେ l  ସ୍ଥାନୀୟ ଲୋକେ ଉଭୟ ତିନି ଜଣଙ୍କୁ ଉଦ୍ଧାର କରି ଦୁଇଟି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ନେଇଥିଲେl  ଡାକ୍ତର ଚିକିତ୍ସା ଚାଲିଥିବା ବେଳେ ଦିଲ୍ଲୀପ ଓ ବିଦୟଙ୍କ ମୃତ ଘୋଷଣା କରିଥିଲେl ଗୁରୁତର ଆହତ ହୋଇଥିବା ରୋହିତ ଉର୍ମାକୁ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣା ସ୍ଥଳରେ ଜହ୍ନlପଙ୍କ ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ପ୍ରଧାନ ପହଂଚି ବାଇକକୁ ଜବଦ କରିବା ସହ ତଦନ୍ତ କରୁଥିବା ଜଣାପଡିଛି l