Odia News Portal

ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତ୍ୱେଶ୍ୱର ହୋତାଙ୍କୁ ଭୋଟ ନଦେଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ କଂଗ୍ରେସ ଦାଶରଥୀ ଗମାଙ୍ଗୋ ଓ ସୋଫିଆ ଫିର୍ଦ୍ଦୋସ କ୍ରସ ଭୋଟ ଦେଇଥିଲେ l ଯାହା ଦଳୀୟ ଶୃଙ୍ଖଳାର ଘୋର ଅବମାନନା ସହ ସାମ୍ବିଧାନିକ ନିୟମର ଖୋଲାଖୋଲି ଉଲଂଘନ ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି l ସାମ୍ବିଧାନିକ ନିୟମର ଉଲଂଘନ ନେଇ ଉପରୋକ୍ତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସ ଦଳ ପକ୍ଷରୁ ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ, ଚିଫ୍ ହ୍ୱିପ୍ ଏସ ରାଜନ ଏକ୍କା, ବିଧାୟକ ସାଗର ଦାସ, ବିଧାୟକ ପବିତ୍ର ସାଉଁତା, ବିଧାୟକ ମଙ୍ଗୁ ଖିଲଙ୍କୁ ନେଇ ଏକ ପ୍ରତିନିଧି ଦଳ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ କରି ସାମ୍ବିଧାନିକ ନିୟମ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଭ୍ୟପଦ ରଦ୍ଦ କରିବା ପାଇଁ ଆବେଦନ ପ୍ରଦାନ କରିଛନ୍ତି lବିଧାୟକ ଟିମ ସହ ବାଚସ୍ପତିଙ୍କୁ ଭେଟିଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିଧାନସଭା ଆସି ବାଚସ୍ପତିଙ୍କୁ ଭେଟିଲେ ଭକ୍ତ ଦାସ । ଏହା ପରେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, “କ୍ରସ ଭୋଟିଂ କରିଥିବା ୨ ବିଧାୟକ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସମ୍ଭିଧାନର ୧୦ ଅନୁସୂଚୀ ଅନୁସାରେ ଦଳୀୟ ନିଷ୍ପତ୍ତି ମାନି ନଥିବା ବୈଠକରେ ଯୋଗ ଦେଇନଥିବାରୁ ଦଳ ବିରୋଧୀ କାର୍ଯ୍ୟ କରି ଥିବାରୁ ସଦସ୍ୟତା ରଦ୍ଦ ପାଇଁ ଅପିଲ । ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ବିଧାୟକ ଦଶରଥୀ ଗମାଙ୍ଗଙ୍କ ସଦସ୍ୟତା ରଦ୍ଦ ପାଇଁ ଦାବି କରାଯାଇଛି ।”ସୂଚନା ଥାଉ କି, ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗରେ ଓଡ଼ିଶା କଂଗ୍ରେସ ତିନି ଜଣ ବିଧାୟକ—ରମେଶ ଜେନା, ଦାଶରଥୀ ଗମାଙ୍ଗ ଓ ସୋଫିଆ ଫିର୍ଦ୍ଦୋସ କଂଗ୍ରେସ ଦଳରୁ ନିଲମ୍ବନ ହୋଇଛନ୍ତି । ଗତକାଲି, ଭୁବନେଶ୍ୱରରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ଶୃଙ୍ଖଳା କମିଟି ଅଧ୍ୟକ୍ଷ ସୁଜିତ ପାଢ଼ୀ ସୂଚନା ଦେଇଥିଲେ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଭିଯୋଗ ଅନୁଯାୟୀ, ଏହି ତିନି ବିଧାୟକ ଦଳୀୟ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପରିବର୍ତ୍ତେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ପକ୍ଷରେ ଭୋଟ ଦେଇଥିଲେ । ଦଳ ପକ୍ଷରୁ ଜାରି ହୋଇଥିବା ହ୍ୱିପ୍ ଉଲ୍ଲଂଘନ କରିବା ସହିତ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି।ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେଡି, କଂଗ୍ରେସ ଓ ବାମଦଳ ମିଶି ଡ. ଦତ୍ତେଶ୍ୱର ହୋତାଙ୍କୁ ଏକ ସାଧାରଣ ପ୍ରାର୍ଥୀ କରିବାକୁ ମନସ୍କ ହୋଇଥିଲେ । ଏହାକୁ ନେଇ କଂଗ୍ରେସ ପକ୍ଷରୁ ସମସ୍ତ ବିଧାୟକଙ୍କୁ ହ୍ୱିପ୍ ଜାରି କରାଯାଇଥିଲା। ତଥାପି, ଉକ୍ତ ତିନି ବିଧାୟକ ଦଳୀୟ ନିଷ୍ପତ୍ତିଙ୍କୁ ଅବମାନନା କରି କ୍ରସ୍‌ ଭୋଟିଂ କରିଥିଲେ, ଯାହା ଦଳରେ ଅସନ୍ତୋଷ ସୃଷ୍ଟି କରିଥିଲା।