Odia News Portal

ଟମାଟୋର କିଲୋ ପିଛା ଚାରି ଟଙ୍କା

ଅଲୋଡ଼ା ଟମାଟୋ। ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଟମାଟୋର ଅଭାବୀ ବିକ୍ରି ।  କ୍ଷତିଗ୍ରସ୍ତ ହେଲେ ଶତାଧିକ ଚାଷୀ । ଟମାଟୋର କିଲୋ ପିଛା ଚାରି ଟଙ୍କା । କେହି ଟମାଟୋ କିଣୁନଥିବାରୁ ଚାଷୀ ଜମିରେ ସଢ଼ିଲା କୁଇଣ୍ଟାଲ କୁଇଣ୍ଟାଲ ଟମାଟୋ । ପ୍ରଥମେ କାଳବୈଶାଖୀ ବର୍ଷା ଓ ପବନ। ପରେ ପରେ ଅସହ୍ୟ ଗରମ ଆଉ ଅଦିନିଆ କୁହୁଡ଼ି ପାଇଁ ଟମାଟୋ ଫସଲ ସବୁ ନଷ୍ଟ ହୋଇ ଚାଷ ଜମିରେ ସଢୁଛି ।ଫଳରେ ଚାଷୀ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଏବେ ଟମାଟୋ ପାଇଁ ସର୍ବଶାନ୍ତ ହୋଇପଡ଼ିଛନ୍ତି ।  ଅସ୍ତରଙ୍ଗ ବ୍ଲକ ଖଣ୍ଡାସାହି, ବେଗୁନିଆନଵସ୍ତ, ଓସିଂହା, ନଇଗୁଆଁ ଭଳି ଗ୍ରାମର ଶତାଧିକ ଚାଷି ଟମାଟୋ ଚାଷ କରି ଭଲ ଦି ପଇସା ରୋଜଗାର କରନ୍ତି । ଏବେ ଟମାଟୋର ଦର କମିବାରୁ ଚାଷୀ ମାନେ ବ୍ୟାପକ କ୍ଷତି ସହୁଛନ୍ତି ।କମିଲା ଟମାଟୋ ଦର, କ୍ଷେତରେ ବୁଲିଲା ଟ୍ରାକ୍ଟର । ଝାଳବୁହା ପରିଶ୍ରମକୁ ମାଟିରେ ମିଶାଇଲେ ଚାଷୀ । ଗଞ୍ଜାମ ବ୍ଲକର ମଧୁରଚୁଆ ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବଜାରରେ ଟମାଟ ଦର ଆଶାତୀତ ଭାବେ ହ୍ରାସ ପାଇବା ଫଳରେ ଚାଷୀର ଅଣ୍ଟା ଭାଙ୍ଗିଯାଇଛି ।ଅମଳ ଅଧିକ ହେତୁ ତାହା ଉଚିତ ଦରରେ ବିକ୍ରି ହୋଇପାରୁନଥିଲା । ଏପରିକି ଦର କିଲୋ ପିଛା ୨ ଟଙ୍କା ହୋଇଯାଇଥିଲା । ବାଧ୍ୟ ହୋଇ ଟମାଟୋ କ୍ଷେତରେ ଟ୍ରାକ୍ଟର ବୁଲାଇଥିବା କହିଛନ୍ତି ଚାଷୀ । ଅନ୍ୟପଟେ ଗଞ୍ଜାମ ପ୍ରଶାସନ ପକ୍ଷରୁ ଓରମାସ ଜରିଆରେ ଚାଷୀଙ୍କଠାରୁ ଟମାଟ କିଣା ଯାଇଥିବା କହିଛନ୍ତି ଜିଲ୍ଲାପାଳ ।