Odia News Portal

ବାଣ ଗୋଦାମରେ ଭୟାଵହ ଅଗ୍ନିକାଣ୍ଡ

ବାଲିପାଟଣା ଥାନା ବାଲିକୁଦା ପାଟଣା ସ୍ଥିତ ଏକ ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ସରକାରୀ ସ୍ୱୀକୃତି ପ୍ରାପ୍ତ ବାଣ ଗୋଦାମ ରେ ଭୟଙ୍କର ଅଗ୍ନିକାଣ୍ଡରେ ଘରର ଛାତ ଭାଙ୍ଗି ଯାଇଛି । ଏଥିରେ କେହି ଆହତ ହୋଇ ନ ଥିବା ଜଣା ପଡିଛି । ବାଲିକୁଦା ପାଟଣାର କୁମର ସାହୁ ଓ ତାଙ୍କ ଭାଇମାନେ ମା ଦୁଲ୍ଲାଦେବୀ ଫାୟାର ୱାର୍କ ଖୋଲି ଦୀର୍ଘ ଦିନ ହେଲା ବ୍ୟବସାୟ କରି ଆସୁଥିଲେ । କୌଣସି କାରଣରୁ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା ।

ବାଣରେ ବ୍ୟବହୃତ ବ୍ୟାପକ ସାମଗ୍ରୀ ଓ ବାରୁଦ ପୋଡ଼ି ପାଉଁଶ ହୋଇଯାଇଛି । ୨ ରୁ ୩ ଲକ୍ଷ ଟଙ୍କାର ବାଣ ପୋଡି ପାଉଁଶ ହୋଇ ଯାଇଥିବା ଆଲୋଚନା ହେଉଛି । କୁଶଭଦ୍ରା ନଦୀ ପାଠ ବାଉଁଶ ଜଙ୍ଗଲ ରେ ନିଆଁ ଲାଗି ଆଖପାଖ ଅଞ୍ଚଳକୁ ବ୍ୟାପୀ ଯାଇଥିଲା। ବାଲିପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲା । ବ୍ୟାପକ ପରିମାଣ ବାଣ ଫୁଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଲୋକେ ଭୟଭୀତ ହୋଇ ପଡ଼ିଥିଲେ ।