Odia News Portal

ପିପିଲିର୧୦୦ ବର୍ଷର ପୁରୁଣା ମନ୍ଦିରରେ ପଶି ଲୁଟିନେଲେ ଅଳଙ୍କାର 

ପିପିଲିରେ ମନ୍ଦିରରୁ ଚୋରି । ରାଧା କୃଷ୍ଣଙ୍କୁ ବି ଛାଡିଲେନି ଚୋର । ୧୦୦ ବର୍ଷର ପୁରୁଣା ମନ୍ଦିରରେ ପଶି ଲୁଟିନେଲେ ଅଳଙ୍କାର । ପୁରୀ ଜିଲ୍ଲା ପିପିଲି ନୂଆଶାସନ ପାଟଣା ସାହିର ରାଧା ମୋହନ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ।  ରୁପା ମୁକୁଟ, ସୁନା ଚୁଡ଼ି, ପିତଳ ସିଂହାସନ,ରୁପା ହଣ୍ଡା ଆଦି ଲୁଟିନେଲେ। ଚୋରି ପରେ ରାଧା କୃଷ୍ଣଙ୍କ ମୂର୍ତ୍ତି ବାହାରେ ଫୋପାଡ଼ି ଦେଲେ। ଘଟଣାସ୍ଥଳରେ ପିପିଲି ପୋଲିସର ତଦନ୍ତ ଜାରି ।ସୂଚନାଯୋଗ୍ୟ, କିଛିମାସ ତଳେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରୁ ଗତ ଦୁଇ ଦିନ ଭିତରେ ୪ଟି ସ୍ଥାନରୁ ଲୁଟେରା ମାନେ ଲୁଟ କରିବାରେ ସକ୍ଷମ ହୋଇଥିଲେ । ସନ୍ତୋଷୀ ମାଆ ମନ୍ଦିରରୁ ଚୋରି । ମାଆଙ୍କ ବେକରୁ ଲୁଟି ନେଇଥିଲେ ୧୫ ଲକ୍ଷ ଟଙ୍କାର ସୁନା ଗହଣା ସହ ହୁଣ୍ଡିରେ ଥିବା ପ୍ରାୟ ଦୁଇ ଲକ୍ଷ ଟଙ୍କା । ଯେଉଁଥିରେ ରହିଛି ଘର ସମେତ ବିଭିନ୍ନ ମନ୍ଦିର ।ଏଥିସହ ବିଳମ୍ବିତ ରାତିରେ ଲୁଟେରା ଅଳକୁଣ୍ଡ ଥାନା ଚିକଣାଠାରେ ଥିବା ସନ୍ତୋଷୀ ମାଆ ମନ୍ଦିରର ତାଲା ଭାଙ୍ଗିବା ସହ ବ୍ରାହ୍ମଣ ରହୁଥିବା ଘରେ ବାହାର ପଟୁ କବାଟ ବନ୍ଦ କରି ମାଆଙ୍କର ପ୍ରାୟ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । ମନ୍ଦିରରେ ଥିବା ହୁଣ୍ଡିଟିକୁ ଲୁଟେରା ନେଇ ପ୍ରାୟ ୧୦୦ ମିଟର ଦୂରକୁ ନେଇ ଭାଙ୍ଗିଥିଲେ । ସେଥିରେ ଥିବା ପ୍ରାୟ ଦୁଇ ଲକ୍ଷ ଟଙ୍କା ମଧ୍ୟ୍ୟ ଲୁଟି ନେଇଥିଲେ। ଅନ୍ୟପଟେ ଦୁଇ ଦିନ ତଳେ ଅରେଇ ସରପଞ୍ଚଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଦୁଇ ଜଣକ ଘରୁ ମଧ୍ୟ୍ୟ ଚୋରୀ ହୋଇଥିଲା।