Odia News Portal

ଛେଣ୍ଡିପଦାକୁ ୧୭୨ କୋଟିର ପ୍ରକଳ୍ପ ଭେଟି ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ନିର୍ବାଚନ ମଣ୍ଡଳୀ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ଗତକାଲି(ଶନିବାର) ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଛେଣ୍ଡିପଦା ତହସିଲ ଅଫିସ ପାଖ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିକଶିତ ଛେଣ୍ଡିପଦା ଗଠନର ଆହ୍ୱାନ ଦେଇଛନ୍ତି । ବିକଶିତ ଛେଣ୍ଡିପଦା ବିକଶିତ ଅନୁଗୋଳ ଗଠନ ହେଲେ ଯାଇ ବିକଶିତ ଓଡ଼ିଶା ଗଠନ ସମ୍ଭବ ହୋଇ ପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।ଛେଣ୍ଡିପଦା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ପ୍ରାୟ ୧୭୨ କୋଟି ଟଙ୍କାର ୪୧ଟି ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଯାହା ମଧ୍ୟରେ ଛେଣ୍ଡିପଦାରେ ଏକ ଷ୍ଟାଡିୟମ ଓ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ହେବ, ଅଞ୍ଚଳର ବିକାଶରେ ଆହୁରି ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ । ଏହି ଅବସରରେ ସ୍ଥାନୀୟ ବିଧାୟକ ଅଗସ୍ତି ବେହେରା, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ । ଏହା ଛଡା ବିଭିନ୍ନ ସରକାରୀ ସ୍କିମରେ ଲାଭାର୍ଥୀଙ୍କୁ ମଧ୍ୟ ଯୋଜନା ବାବଦକୁ ଅର୍ଥ ପ୍ରଦାନ କରାଯାଇଥିଲା । ଯେଉଁଥିରେ ବ୍ଲକର ୪୨ ଲାଭାର୍ଥୀ ଉପକୃତ ହୋଇଥିଲେ ।ବିକାଶ ସହ ପରିବେଶର ସୁରକ୍ଷା ମଧ୍ୟ ଅପରିହାର୍ଯ୍ୟ, ସେଥିପାଇଁ ଆଗାମୀ ପିଢ଼ି ପାଇଁ ଏକ ସ୍ୱଚ୍ଛ ପରିବେଶ ଗଢ଼ିବା ଲକ୍ଷ୍ୟରେ ସ୍କୁଲ ବର୍ଜ୍ୟ ପରିଚାଳନା ମଡ୍ୟୁଲ ‘ପ୍ଲାଷ୍ଟିକ ଟୁ୍‌ ପ୍ରୋପୋଜ୍‌’ ପ୍ରଶଂସନୀୟ । ଏହି ମଡ୍ୟୁଲ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପ୍ଲାଷ୍ଟିକ ବର୍ଜ୍ୟର ପରିଚାଳନା କରିବା ସହ ‘ପ୍ଲାଷ୍ଟିକ ଆକ୍ସନ ଟିମ୍’ ଗଠନ କରି ନେତୃତ୍ୱ ନେବାକୁ ସକ୍ଷମ ହେବେ । ସ୍କୁଲ ଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ସହ ପିଲାମାନଙ୍କ ମଧ୍ୟରେ ଏହି ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତ ଶିକ୍ଷକମାନେ ଦାୟିତ୍ୱ ନେବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ ।