ନିଲମ୍ବନ ପରେ ସୌଭିକଙ୍କ ବିସ୍ଫୋରକ ବୟାନ; କହିଲେ, ନିର୍ମାଲ୍ୟ ଛୁଇଁବାକୁ କୁହା ଯାଇଥିଲା, ମୁଁ ହାତଯୋଡି ମନା କରିଥିଲି. By Swadhikar News Last updated Mar 22, 2026 ବିଜେଡିରୁ ନିଲମ୍ବନ ପରେ ପାଣ୍ଡିଆନଙ୍କ ଉପରେ ବର୍ଷିଲେ ସୌଭିକ ବିଶ୍ୱାଳ l ଆଗରୁ ବର୍ଷିଥିଲେ, ଏବେ ଆଉ ଯାହା ଥିଲା ସବୁ ଉଗାଳିଲେ । କହିଲେ, ‘ଯେଉଁଦିନ ମୋ ବାପାଙ୍କୁ ବିଜେଡି ଦଳକୁ ବହିଷ୍କାର କରାଯାଇଥିଲା, ମୁଁ ମଧ୍ୟ ସେହି ଦିନ ବିଜେଡି ଦଳରୁ ବହିଷ୍କାର ହୋଇଛି ବୋଲି ଭାବିଥିଲି । ମୁଁ ଭାବିଥିଲି ମୋତେ ଏକ୍ସଫେଲ କରିବେ l’ବାପାଙ୍କ ପ୍ରଭାତ ବିଶ୍ୱାଳଙ୍କୁ ଦିଆ ଯାଇଥିବା ଅପମାନ କଥା ମନେ ପକାଇ ସୌଭିକ କହିଥିଲେ, ‘ମୋ ବାପା ନବୀନ ନିବାସରେ ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ ନ କରିବାକୁ ପ୍ରସ୍ତାବ ରଖିଥିଲେ l କାରଣ ମୂଳରୁ ଦଳ ଗଠନରେ ତାଙ୍କର ଅବଦାନ କିଛି ନାହିଁ l ଏହାସହ ଦିଲ୍ଲୀରେ ଏକ ଟ୍ରଷ୍ଟ ଖୋଲା ହୋଇଥିଲା, ଯେଉଁଥିରେ ଭି. କେ ପାଣ୍ଡିଆନ ସଭାପତି ଏବଂ ସଂତୃପ ମିଶ୍ର ମଧ୍ୟ ସାମିଲ ଅଛନ୍ତି l ଏହା କେବଳ କଥାରେ ନୁହେଁ, ପ୍ରମାଣ ସହ ଉପସ୍ଥାପନ କରିଥିଲେ ବାପା l ଟ୍ରଷ୍ଟ ଏବଂ ଆକାଉଣ୍ଟ କାହିଁକି ରାଜ୍ୟ ବାହାରେ ଖୋଲା ଯାଇଛି ବୋଲି ପ୍ରଶ୍ନ କରିଥିଲେ l ନବୀନ ବାବୁଙ୍କ ବିଶ୍ୱାସ ପ୍ରଥମେ ପ୍ୟାରୀମୋହନ ମହାପାତ୍ର ଓ ପରେ ପାଣ୍ଡିଆନଙ୍କ ଉପରେ ରହିଥିଲା l ତେବେ ଏହି ବିଶ୍ୱାସରେ ବିଷ ଦିଆଯାଇନି କି’ ବୋଲି ପ୍ରଶ୍ନ କରିଛନ୍ତି ସୌଭିକ lସେ ଆହୁରି କହିଥିଲେ, ‘ଗୋଟିଏ ସତ କଥାକୁ ଲୋକଲୋଚନ ଆଣିବାକୁ 19 ଦିନ ଲାଗିଗଲା l ସଂତୃପ ମିଶ୍ରଙ୍କ ସହ ଆମର କିଛି ଶତ୍ରୁତା ନାହିଁ l କିନ୍ତୁ ପ୍ରତେକ ବିଜୁ ପ୍ରେମୀଙ୍କ ପ୍ରଶ୍ନ ହେଉଛି ଓଡିଶା ବାହାରେ କାହିଁକି ଟ୍ରଷ୍ଟ ଖୋଲା ଯାଇଛି l ଯଦି ସେଵା ଭାବରେ ଏହି ଟ୍ରଷ୍ଟ ଗଠନ କରାଯାଇଥିଲା, ତେବେ ଯେଉଁଦିନ ବାପା ନବୀନ ନିବାସରେ ନବୀନ ବାବୁ ଏ ସମ୍ପର୍କରେ ପଚାରି ଥିଲେ ସେତେବେଲେ କାହିଁକି ଏହା ସ୍ପଷ୍ଟ କରାଯାଇନଥିଲା ?ସୌଭିକ କହିଛନ୍ତି, ‘ରାଜ୍ୟସଭା ନିର୍ବାଚନ ପୂର୍ବରୁ ମୋତେ ନବୀନ ନିବାସ ଡକାଯାଇଥିଲା l ମୋ ସାଙ୍ଗରେ 7 ଜଣ ବିଧାୟକ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ l ସେତେବେଳେ ନିର୍ମାଲ୍ୟ ଛୁଇଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କୁହାଯାଇଥିଲା । କିନ୍ତୁ ମୁଁ ନବୀନ ବାବୁଙ୍କୁ ହାତ ଯୋଡି ସତ କହିଥିଲି, ମୁଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇପାରିବି ନାହିଁ l ମୋ ପିତାଙ୍କୁ ଅସମ୍ମାନ କରାଯାଇଛି । ପୁତ୍ର ହୋଇ ମୁଁ କେମିତି ତାଙ୍କ ବିରୋଧରେ ଯାଇପାରିବି ? 2004ରେ ପ୍ରଭାତ ବିଶ୍ୱାଳ ଟିକେଟ ପାଇଁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ କିନ୍ତୁ ଟିକେଟ ଦିଆଗଲା ନାହିଁ l ଯେଉଁ ଅଭିଯୋଗ ମୋ ପିତା ଏବଂ ମୋ ଉପରେ ଅନ୍ୟମାନେ ଆଣିଛନ୍ତି ତାହା ମୂଲ୍ୟହୀନ l’ swadhikarswadhikar news Share