Odia News Portal

ପାରାଦୀପରେ ଆରମ୍ଭ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୨

ଶତ୍ରୁ କୁ ସହଁଆର କରିବା ସହ ଆତଙ୍କବାଦୀ ଙ୍କୁ ପ୍ରବେଶ ନ କରାଇବା ପାଇଁ ନୌସେନା ର  ଅଭିନଵ ଉପାୟ ।ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ମାର୍ଚ୍ଚ ୨୪ ଓ ୨୫ ତାରିଖ ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ। ସମୁଦ୍ରରେ “ସାଗରକବଚ” ର ସମରାଭ୍ୟାସ।ଉପକୂଳ ସୁରକ୍ଷା ବ୍ୟବସ୍ଥା କୁ ତଦାରଖ କରିବାକୁ ଆଜି ଠାରୁ  ଆରମ୍ଭ ହୋଇଥିବା ଦୁଇ ଦିନିଆଁ ସମରା ଭ୍ୟାସ ସାଗର କବଚ”ସି ଭିଜିଲି “।ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତ ଦୋହଲିଯାଇଥିଲା  ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥା କୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ  ତରଫରୁ ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଛି ମିଳିତ ସମରା ଭ୍ୟାସ।ଉପକୂଳ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଂଚଳର ନୂଆଗଡ, କାଳିଆକଣ, ସହନ, ସମେତ କୋଣାର୍କ ଚନ୍ଦ୍ରଭାଗା ନୌସେନା, ତଟରଖି ବାହିନୀ, ମେରାଇନି ପୋଲିସ, ସାଗର ମିତ୍ର ଉପକୂଳ ସୁରକ୍ଷାରେ ସାମିଲ ହୋଇଛନ୍ତି।ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବାକୁ ଲକ୍ଷ୍ୟରେ ଆଜି  ଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର ।ଭାରତୀୟ ତଟରଖି ବାହିନୀ, ମେରାଇନି ପୋଲିସ, ଅସ୍ତରଙ୍ଗ ପୋଲିସ ଏଥିରେ ସାମିଲ ହୋଇଛନ୍ତି।ବ୍ଲୁ ଫୋର୍ସ ଓ ରେଡ ଫୋର୍ସ ଦୁଇଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି।ଉପକୂଳ କୁ ବ୍ଲୁ ବାହିନୀ ଜଗିରହିଥିବା ବେଳେ ରେଡ ବାହିନୀ ଶତ୍ରୁ ପକ୍ଷହୋଇ ଦୂର ସମୁଦ୍ର କୁ ଯାତ୍ରା କରି ପୁଣି ଉପକୂଳ ମୁହାଁହୋଇ ଆକ୍ରମଣ କରିବା ପାଇଁ ପ୍ରସ୍ତୁତୁ। ବ୍ଲୁ ବାହିନୀ ଉପକୂଳ କୁ ରକ୍ଷା କରିବା ପାଇଁ ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ବାହ୍ୟ ଶତ୍ରୁ ଠାରୁ ଉପକୂଳ କୁ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ପ୍ରତିବର୍ଷ କରାଯାଇଥାଏ। କିଭଳି ଭାବେ ଜଳପଥ ଦେଇ ଉପକୂଳ କୁ ଶତ୍ରୁ ପଶି ନ ଯିବେ ସେନେଇ ସମସ୍ତ ବିଭାଗ କୁ ସଚେତନ କରିବା ଏହି ସମରାଭ୍ୟାସର ମୂଳଲକ୍ଷ।