ବର୍ଷାରେ ଭିଜିଭିଜି ରୁକୁଣା ରଥ ଟାଣିଲେ ଶ୍ରଦ୍ଧାଳୁ By Swadhikar News Last updated Mar 26, 2026 ଆଜି ପବିତ୍ର ଅଶୋକାଷ୍ଟମୀ । ଏହି ଅବସରରେ ଏକାମ୍ର କ୍ଷେତ୍ର ରାଜାଧିରାଜ ପ୍ରଭୁ ଲିଙ୍ଗରାଜଙ୍କ ଭବ୍ୟ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଛି । ଅପରାହ୍ନ ପ୍ରାୟ 3.45ରେ ରୁକୁଣା ରଥ ଗଡିଛି । ମହାପ୍ରଭୁଙ୍କ ଭବ୍ୟ ରଥଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ଭକ୍ତଙ୍କ ଗହଳ ଚହଳରେ ମୁଖରିତ ହୋଇ ଉଠିଛି ।ଏକାମ୍ର କ୍ଷେତ୍ରର ପବିତ୍ର ରଥଦାଣ୍ଡରେ ଗଡିଛି ଅଣଲେଉଟା ରୁକୁଣା ରଥ । ଏଥିପାଇଁ ଆଜିର ନୀତିକାନ୍ତି ଓ ପୂଜାର୍ଚ୍ଚନା ଯଥାରୀତି ଚାଲିଥିଲା । ଭୋର ୪ଟାରୁ ୪ଟା ୩୦ ମଧ୍ୟରେ ଠାକୁରଙ୍କ ମଙ୍ଗଳ ଆଳତି ସମାପନ ହେବା ପରେ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା । ଏହା ପରେ ମହାସ୍ନାନ, ସୂର୍ଯ୍ୟପୂଜା ଓ ଠାକୁରଙ୍କ ବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସକାଳ ଧୂପ ସହ ଯାତ୍ରା ପୂଜା ନୀତି ପରେ ଶ୍ରୀଜିଉଙ୍କ ପହଣ୍ଡି ନୀତି ଅନୁଷ୍ଠିତ ହୋଇଥିଲା । swadhikarswadhikar news Share