Odia News Portal

ବିଜୁ-ନବୀନ ଟ୍ରଷ୍ଟ ନେଇ ବିବାଦ; ସିବିଆଇ ତଦନ୍ତ ଦାବି କଲା ଶାସକ ଦଳ

ବିଧାନସଭାରେ ଉଠିଲା ବିଜୁ-ନବୀନ ଟ୍ରଷ୍ଟ ପ୍ରସଙ୍ଗ । ଦିଲ୍ଲୀରେ ନବୀନ ପଟ୍ଟନାୟକ ଏକ ଟ୍ରଷ୍ଟ କରି 4 ହଜାର 500 କୋଟି ଅର୍ଥକୁ ହଡପ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ ଆଣିଛି ଶାସକ ଦଳ । ଆଜି ଗୃହରେ ଆଲୋଚନା ସମୟରେ ଶାସକ ଦଳର ସଭ୍ୟ ସନାତନ ବିଜୁଳି ଦିଲ୍ଲୀରେ ବିଜୁ-ନବୀନ ଟ୍ରଷ୍ଟ ନେଇ କଡା ସମାଲୋଚନା କରିବା ସହିତ ସିବିଆଇ ତଦନ୍ତ ଦାବି କରିଥିଲେ । ଏପଟେ ବିଜେପି ଅଭିଯୋଗକୁ କାଉଣ୍ଟର କରିଛି ବିଜେଡି । ବିଜୁ-ନବୀନ ଟ୍ରଷ୍ଟ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ହୋଇଥିବା କହିଛି ବିଜେଡି ।”ଓଡିଶାବାସୀଙ୍କ ଭିତରେ ବିଜୁ-ନବୀନ ଟ୍ରଷ୍ଟ ନେଇ ସସପେନ୍ସ ଲାଗି ରହିଛି । ନବୀନ ପଟ୍ଟନାୟକ ଓଡ଼ିଶାରେ ଟ୍ରଷ୍ଟ ନକରି ଦିଲ୍ଲୀରେ କାହିଁକି କଲେ ? ଏ ଅର୍ଥ ଓଡ଼ିଶାର । ଭିକେ ପାଣ୍ଡିଆନ, ସନ୍ତୃପ୍ତ ମିଶ୍ରଙ୍କୁ ସଦସ୍ୟ କରି ଏ ଟଙ୍କାକୁ ହଡପ କରିବାକୁ ଯୋଜନା କରିଛନ୍ତି ନବୀନ । ତାଙ୍କ ଦଳ ପକ୍ଷରୁ କୁହାଗଲା କିଛି ଟ୍ରଷ୍ଟ ହୋଇନାହିଁ । ହେଲେ ନବୀନ ପଟ୍ଟନାୟକ ନିଜେ ଆସି ଟ୍ରଷ୍ଟ କଥା ମାନିଲେ । ଏ ଟ୍ରଷ୍ଟକୁ ନେଇ ସମସ୍ତ କଥା ସ୍ପଷ୍ଟ ହେଉ,” ବୋଲି ଦାବି କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି ।ଏପଟେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା କହିଛନ୍ତି, “ବାଚସ୍ପତି ରୁଲିଂ ଦିଅନ୍ତୁ । 1860 ଧାରା ଅନୁଯାୟୀ ଦିଲ୍ଲୀରେ ଟ୍ରଷ୍ଟ ଗଢା ହୋଇଛି । ସେ ଟ୍ରଷ୍ଟରେ 4500 କୋଟି ଅର୍ଥ ଅଛି । ସେ ଟଙ୍କା କାହାର ତଦନ୍ତ କରନ୍ତୁ ।”ଏପଟେ ଆଜି ବିଧାନସଭାରେ ବିରୋଧୀ ଦଳ ଗୁଡିକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧ ପ୍ରଦର୍ଶନ କରିଥିଲେ । ପ୍ରଥମେ ‘ରାମ ନାମ ସତ୍ୟ ହେ’ କହି ଖଇ କଉଡ଼ି ପକାଇ ବିଧାନସଭାର ଚତୁଃପାର୍ଶ୍ୱ ବୁଲିଥିଲେ ବିରୋଧୀ ବିଧାୟକ । କଟକ ଏସସିବି ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା 13 ଜଣଙ୍କ ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବିରୋଧୀ ।ଶାସକ ଦଳ ସଦସ୍ୟମାନେ ଆଲୋଚନାରେ ଭାଗ ନେଇ ତତ୍କାଳୀନ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶଙ୍କ ମର୍ଡର ବିଷୟରେ କହିଥିଲେ । ଲୋକମାନଙ୍କୁ ଭ୍ରମିତ କରିଥିଲେ ନବୀନ ଏବଂ ତାଙ୍କ ସଚିବ । ଅଭିନୟ କରୁଛନ୍ତି ବିରୋଧୀ ଦଳ ଗୁଡିକ । ବିଜେଡି ସୃଷ୍ଟି କଂଗ୍ରେସକୁ ବିରୋଧ କରି, ହେଲେ ଆଜି ଉଭୟ ବିଜେଡି ଏବଂ କଂଗ୍ରେସ ମିଶିଯାଇଛନ୍ତି ବୋଲି କହିଥିଲେ ଶାସକ ଦଳର ବିଧାୟକ ଅମରେନ୍ଦ୍ର ଦାଶ । “ଆପଣ ସମ ହସ୍ପିଟାଲ ଯାଇ ପାରିଲେ ନାହିଁ, କିନ୍ତୁ ସମ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସି ପହଁଚିଥିଲେ । ଇତିହାସକୁ ଦେଖିବେ କର୍ମଠ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଦେଖିନାହିଁ,” କହିଛନ୍ତି ବିଧାୟକ ଅମରେନ୍ଦ୍ର ଦାଶ ।ନବୀନ ପଟ୍ଟନାୟକ ଦିଲ୍ଲୀରେ ବିଜୁ-ନବୀନ ଇନସପ୍ରିସନାଲ୍ ଟ୍ରଷ୍ଟ କରିଛନ୍ତି । ଭିକେ ପାଣ୍ଡିଆନ, ସଂତୃପ୍ତ ମିଶ୍ର ଏବଂ ଅଶୋକ ପରିଜା ଏହି ଟ୍ରଷ୍ଟର ସଦସ୍ୟ ରହିଛନ୍ତି । ଏହି ଟ୍ରଷ୍ଟରେ ପ୍ରାୟ 4500 କୋଟି ଟଙ୍କା ଅଛି ବୋଲି ଶାସକ ଦଳ ଅଭିଯୋଗ କରିଛି ।