Odia News Portal

ଫିଲ୍ମ ସୁଟିଂ ବେଳେ ଅଭିନେତାଙ୍କ ମୃତ୍ୟୁ, ସୁଟିଂ ବେଳେ ବୋଟରୁ ଖସି ପଡ଼ିଥିଲେ

ଫିଲ୍ମ ସୁଟିଂ ବେଳେ ଅଭିନେତାଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ତାଳସାରୀରେ ସୁଟିଂ ବେଳେ ଅଘଟଣ ।  ସୁଟିଂ ବେଳେ ବୋଟରୁ ଖସି ପଡ଼ି ପ୍ରାଣ ହରାଇଛନ୍ତି ବଙ୍ଗୀୟ ଅଭିନେତା ରାହୁଲ ବାନାର୍ଜୀ ।  ବୋଟରୁ ଖସି ପଡ଼ିବା ପରେ ତାଙ୍କୁ ତୁରନ୍ତ ଦୀଘା ଷ୍ଟେଟ ଜେନେରାଲ୍ ହସ୍ପିଟାଲକୁ ନିଆଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।   ଘଟଣାସ୍ଥଳରେ ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।  ମୃତ୍ୟୁ ବେଳକୁ ରାହୁଲ ବାନାର୍ଜୀଙ୍କୁ ୪୩ ବର୍ଷ ବୟସ ହୋଇଥିଲା ।  ଜୁଲିଫିକର, ନ ହନ୍ୟତେ, ବ୍ୟୋମକେଶ ଫେରିଲେ ଏଲୋ ଆଦି ସୋରେ ଅଭିନୟ କରି ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ ।  ତାଙ୍କ ଅକାଳ ମୃତ୍ୟୁରେ ପ୍ରଶଂସକମାନେ ସ୍ତବଧ ହୋଇଛନ୍ତି ।