ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ଚତୁର୍ଥ ଦଫା ରଥ କାଠ । ଏହି ରଥ କାଠ ବୌଦ୍ଧ ବନଖଣ୍ଡ ମାଧୋପୁର ରେଞ୍ଜରୁ ଆସିଛି । ଧଉରା କାଠ ୧୨ ଫୁଟିଆ ୩୭ଟି ଏବଂ ୨୦ ଫୁଟିଆ ୧୫ ଟି କାଠ ଆସିଛି । ମୋଟ ୫୨ ଖଣ୍ଡ କାଠ ଦୁଇଟି ଟ୍ରକରେ ଆସି ପହଞ୍ଚିଛି । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ।ସୂଚନାଯୋଗ୍ୟ, ତିନି ଦିନ ପୂର୍ବରୁ ସୂଚନାଥିଲା କି ପୁରୀରେ ରଥ ନିର୍ମାଣ ପାଇଁ ସୋନପୁରରୁ ଆସିବ ରଥକାଠ । ପ୍ରଥମ ଥର ପାଇଁ ସୁବର୍ଣ୍ଣପୁରରୁ ଆସିବ ରଥ କାଠ । ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମଲ୍ଲିକ ମୁଣ୍ଡା ଗାଁରେ ରଥକାଠ କଟାଯାଇଥିଲା । ଗାଁରେ ଥିବା ମିଶ୍ର ପରିବାରଙ୍କ ବାଡ଼ିପଟେ ଥିବା ପାଞ୍ଚଟି ଫାସୀ ଗଛକୁ କଟାଯାଇଥିଲା । ରୀତି ନୀତିରେ ପୂଜା ପାଠ ପରେ ଗଛ କଟା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ଅବସରରେ ଭଜନ କୀର୍ତ୍ତନ ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।
