ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନୂଆପଡ଼ାର ବିଜେଡି ନେତା ହରିଶ୍ଚଚନ୍ଦ୍ର ପଣ୍ଡାଙ୍କ ପତ୍ନୀ ପୂଜା ପଣ୍ଡାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନିଜ ଘର ପଛପଟେ ଥିବା ବେଲଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ନୂଆପଡ଼ା ସଦର ଥାନା ପୋଲିସର ତଦନ୍ତ ଆରମ୍ଭ । ମୃତ୍ୟୁର କାରଣ ଅସ୍ପଷ୍ଟ ।ରାତି ପ୍ରାୟ ୯ଟାରେ ଅତିରିକ୍ତ ଏସପି ରଞ୍ଜିତ ନାଏକ ଓ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେର ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ । ମୃତହେଦକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ରାତି ପ୍ରାୟ ୧୦ଟାରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ତେବେ ଜୀବନ ହାରିବାର କାରଣ ଅସ୍ପଷ୍ଟ ରହିଛି । ଏବେ ଘଟଣାରେ ବହୁ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚିବାରୁ ଲୋକାରଣ୍ୟ ହୋଇଛି ଓ ମୃତକ ପରିବାରକୁ ସମବେଦନା ଜଣାଇଛନ୍ତି । ସୂଚନା ଅନୁସାରେ ବିଜେପି ନେତା ବସନ୍ତ ପଣ୍ଡାଙ୍କ ପୁତୁରା ହେଉଛନ୍ତି ହରିଶ୍ଚଚନ୍ଦ୍ର ପଣ୍ଡା ।
