Odia News Portal

ସେପ୍ଟିକ୍‌ ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଶ୍ଵାସରୁଦ୍ଧ ହୋଇ ୨ ମୃତ, ୨ ଗୁରୁତର

ନବନିର୍ମିତ ସେପ୍‌ଟିକ୍ ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ମହୁଲିପାଲି ଥାନା କେଶାଇବାହାଲ ଗାଁରେ।ଏକ ନବନିର୍ମିତ ସେପ୍‌ଟିକ୍ ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ମହୁଲିପାଲି ଥାନା କେଶାଇବାହାଲ ଗାଁରେ।ସେପ୍‌ଟିକ୍ ଟାଙ୍କିର ସେଣ୍ଟ୍ରିଙ୍ଗ ଖୋଲିବା ପାଇଁ ୪ ଜଣ ଶ୍ରମିକ ଯାଇଥିଲେ। ସେମାନେ ସେଣ୍ଟ୍ରିଙ୍ଗ ଖୋଲୁଥିବା ବେଳେ ହଠାତ୍ ଅଣନିଃଶ୍ୱାସୀ ଅନୁଭବ କରିଥିଲେ। ଆଉ ଦେଖୁ ଦେଖୁ ସୁଶୀଲ ଓ ଭିକାରୀଙ୍କ ଶ୍ୱାସରୁଦ୍ଧ ହୋଇଗଲା ଏବଂ ସେମାନେ ଟଳି ପଡ଼ିଥିଲେ।