Odia News Portal

ମହିଳା ଡାକ୍ତରଙ୍କ ମହାନତା. ଅଙ୍ଗଦାନ କରି ମୃତ୍ୟୁ ପରେ ମଧ୍ୟ ବଞ୍ଚାଇଲେ ଜୀବନ

ମହିଳା ଡାକ୍ତରଙ୍କ ମହାନତା  । ଅଙ୍ଗଦାନ କରି ମୃତ୍ୟୁ ପରେ ମଧ୍ୟ ବଞ୍ଚାଇଲେ ଜୀବନ  । ଭଦ୍ରକ ପୋଲିସ ପକ୍ଷରୁ ଦିଆ ଗଲା ଗାର୍ଡ଼ ଅଫ୍ ଅନର୍  । ୩୯ ବର୍ଷ ବୟସରେ ମୃତ୍ୟୁ ପରେ ଅନ୍ୟର ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଛନ୍ତି ଭଦ୍ରକ ଜିଲ୍ଲା ଭାଟପଡା ପଞ୍ଚାୟତ ସହଦେବଦାସ ପାଟଣା ଗାଁର ଡାକ୍ତର ରାଧା ପାଢ଼ୀ । ଜଗବନ୍ଧୁ ପାଢ଼ୀଙ୍କ ବଡ଼ ଝିଅ ରାଧା ପାଢ଼ୀ ଭଦ୍ରକ ବ୍ଲକ ସାବରଙ୍ଗ ଏରୋଡାରେ ସରକାରୀ ହୋମିଓପାଥି ଡାକ୍ତର ଭାବେ ତିନି ବର୍ଷ ହେବ କାର୍ଯ୍ୟ କରୁଥିଲେ । ୩ ବର୍ଷ ବୟସରୁ ପ୍ଲେଟଲେଟ ଡିଜ୍ଅର୍ଡର ରୋଗରେ ରୋଗାକ୍ରାନ୍ତ ଥିଲେ। ହଠାତ ଅସୁସ୍ଥ ହୋଇପଡ଼ିବାରୁ ଗତ୨୮ ତାରିଖରେ ଭୁବନେଶ୍ୱର AIMS ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କିନ୍ତୁ ବଞ୍ଚିପାରିନଥିଲେ ।  ମୃତ୍ୟୁ ପୂର୍ବରୁ ସେ ଲିଭର ଡୋନେଟ କରି ଅନ୍ୟର ଜୀବନ ବଞ୍ଚାଇ ସମାଜ ପାଇଁ ଏକ ପ୍ରେରଣା ଦେଇଛନ୍ତି । ଜୀବିତ ଅବସ୍ଥାରେ କ୍ୟାନସର ରୋଗୀଙ୍କ ପାଇଁ ଦୁଇ ଥର କେଶ ଦାନ କରିଥିଲେ ।  ମହିଳା ଡାକ୍ତରଙ୍କ ଏପରି ମହତ୍ବ କାର୍ଯ୍ୟ ପାଇଁ ତାଙ୍କୁ ଭଦ୍ରକ ପୋଲିସ ପକ୍ଷରୁ ଗାର୍ଡ଼ ଅଫ ଅନର ଦିଆଯାଇଥିଲା । ଗାଁରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।