Odia News Portal

ଟିଟିଲାଗଡ଼ ଷ୍ଟେସନରୁ ଜବତ ୪୦ଲକ୍ଷ ଟଙ୍କାକୁ ନେଇ ଦ୍ବନ୍ଦ୍ବ, ଏତେ କ୍ୟାସ କାହା ପାଖକୁ ଯାଉଥିଲା ସେନେଇ ତନାଘନା

୪୦ଲକ୍ଷ ଟଙ୍କା କାହାର? ଟିଟିଲାଗଡ଼ ଷ୍ଟେସନରୁ ଜବତ ୪୦ଲକ୍ଷ ଟଙ୍କାକୁ ନେଇ ଦ୍ବନ୍ଦ୍ବ । ଟଙ୍କା ସହ ଧରାପଡିଥିବା ଯୁବକଙ୍କୁ ଜେରା କରିବ ପୋଲିସ ଓ ଆୟକର ଟିମ୍ ।  ଏତେ ପରିମାଣର କ୍ୟାସ କାହା ପାଖକୁ ଯାଉଥିଲା ସେନେଇ ଚାଲିଛି ତନାଘନା । ଗତକାଲି ତିରୁପତି ବିଳାସପୁର ଏକ୍ସପ୍ରେସରୁ ୪୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା  । କଳାହାଣ୍ଡି କେସିଙ୍ଗାର ପ୍ରଭାସ ସlମୂଇଙ୍କ ଠାରୁ ଟଙ୍କା ଜବତ ହୋଇଥିଲା  ।  ଟଙ୍କା ଜବତ କରିଥିଲା GRP  । ଆଜି ଆୟକର ବିଭାଗ ପହଂଚି ତଦନ୍ତ ଜାରି ରଖିଛି ।ସୂଚନା ଥାଉକି, କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରୁ ସନ୍ଦେହ ଜନକ ଅବସ୍ଥାରେ ଜଣେ ଅଣ ଓଡ଼ିଆ ବ୍ୟବସାୟୀ ବୁଲୁଥିବା ଦେଖି ତାଙ୍କୁ ଅଟକ ରଖିଥିଲା ।  ଯୁବକଙ୍କଠାରୁ ବିଡାବିଡା ଟଙ୍କା ବାହାରି ଥିଲା ଯାହାକି ୪୦ ଲକ୍ଷ ଟଙ୍କା ରହିଥିଲା । ଏନେଇ ଟିଟିଲାଗଡ଼ ଆରପିଏଫ ଥାନାରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଥିଲା । ଅଟକ ଥିବା ବ୍ୟକ୍ତି ଜଣକ ପଶ୍ଚିମ ବଙ୍ଗର ପ୍ରଭାସ ସlମୂଇ ।  ତେବେ ଏତେ ଟଙ୍କା ବାହାଘର ପାଇଁ ଯୁବ ଜଣକ ନେଇକି ଯାଉଥିବା କହିଥିବା ବେଳେ ପଶ୍ଚିମବଙ୍ଗରୁ ରାଇପୁର ପର୍ଯ୍ୟନ୍ତ ଯାଉଥିବା ଜଣାପଡିଛି ।