Odia News Portal

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭଙ୍ଗା ହେବା ସହ ସୁନା ଗହଣା ଲୁଟ

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ପୀଠରୁ ଲୁଟ ।  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ବିଳମ୍ବିତ ରାତିରେ ଚୋରି ହୋଉଥିବା ଅଭିଯୋଗ ହୋଇଛି । ଭୋର ସମୟରେ ଆଜି ମା ଙ୍କ ପୂଜକ ପୂଜା କରିବାକୁ ଆସିବା ବେଳେ ମନ୍ଦିର ଭିତରେ ହୁଣ୍ଡି ବାକ୍ସ ଭଙ୍ଗା ହେବାର ଦେଖିବା ପରେ ଚୋରି ହୋଇଥିବାର ଜାଣିବାକୁ ପାଇଲେ । ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଓ ଉପଜିଲ୍ଲାପାଳ ଙ୍କୁ ସୂଚନା ଦେଇଥିଲେ ।ଭଦ୍ରକ ଏସପିଙ୍କ ନିର୍ଦ୍ଦେଶରେ ସାଇଣ୍ଟିଫିକ ଟିମ, ଡଗ୍ ସ୍ୱାଡ ପହଞ୍ଚି ଘଟଣାର ଛାନଭିନ୍ନ ଆରମ୍ଭ କରିଛି ।  ଅନ୍ୟପଟେ ମାଙ୍କ ମନ୍ଦିରରେ ଏହି ଲୁଟ ହୋଇଥିବା ନେଇ ନୀତିକାନ୍ତିରେ ବିଭ୍ରାଟ ହୋଇଛି । ସିସିଟିଭି ଲଗାଇବା ସହ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡ଼ା କରିବା ପାଇଁ ଜଣାଇଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।