Odia News Portal

ରାଉରକେଲାରୁ ୧୬୦ ସିଲିଣ୍ଡର୍ ଜବତ, ଯୋଗାଣ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ

ରାଉରକେଲାର ଗୋଟିଏ ସ୍ଥାନରୁ ୧୬୦ ଗ୍ୟାସ ସିଲିଣ୍ଡର୍ ଜବତ କଲା ଯୋଗାଣ ବିଭାଗ । ରାଉରକେଲା ମହାନଗର ନିଗମ, ପୋଲିସ, ରାଉରକେଲା ତହସିଲଦାର ଚଢ଼ାଉ କରି ସିଲିଣ୍ଡର ଜବତ କରିଛନ୍ତି । ରାଉରକେଲା ସେକ୍ଟର ୯ ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ଘରେ ଏସବୁ ସିଲିଣ୍ଡର୍ ଗଚ୍ଛିତ ରଖିଥିଲେ । ଏତେ ପରିମାଣର ସିଲିଣ୍ଡର୍ କାହିଁକି ଓ କେମିତି ରଖିଥିଲେ, ଏହାକୁ ତଦନ୍ତ କରାଯାଉଛି । କେଉଁ ପରିସ୍ଥିତିରେ ଏତେ ପରିମାଣର ସିଲିଣ୍ଡର ଗଚ୍ଛିତ ରଖିଥିଲେ ତାହାର ତଦନ୍ତ ହେବ ବୋଲି କହିଛନ୍ତି ଯୋଗାଣ ବିଭାଗ ଅଧିକାରୀ ।ଅନ୍ୟପଟେ କିଛି ଦିନ ତଳେ ରାଜ୍ୟରେ ଗ୍ୟାସ ସିଲିଣ୍ଡରର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା ଯୋଗାଣ ବିଭାଗ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ସାରା ରାଜ୍ୟରେ ଯୋଗାଣ ବିଭାଗ ଆକ୍ସନ ମୋଡକୁ ଆସିଛି । ଏପ୍ରିଲ ୨ରେ ଅନୁଗୋଳ ଓ ଗଞ୍ଜାମ ଜିଲ୍ଲାରୁ ମୋଟ ୮୯ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିଲା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅନୁଗୁଳ ଗସ୍ତ ସମୟରେ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଘନ ଘନ ଚଢ଼ାଉ କରିଥିଲେ ।