ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ସେଣ୍ଟ୍ରାଲ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର, କଟକ ଓ ଢେଙ୍କାନାଳରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି । ବରମୁଣ୍ଡା ହାଉସିଙ୍ଗ କଲୋନୀ ରେ ଥିବା ତିନି ମହଲା ଘର, ବଡ଼ଚଣା ଥାନା କୋଲା ସିଂହ ରେ ଥିବା ପୈତୃକ ଘରେ ଚାଲିଛି ଚଢ଼ାଉ ।
ଢେଙ୍କାନାଳ ଜୁବୁଲି ଟାଉନ୍ ରେ ଥିବ ସମ୍ପର୍କୀୟଙ୍କ ଘର ଓ ଭୁବନେଶ୍ୱର ଅଫିସ, ଢେଙ୍କାନାଳ ଭାପୁରରେ ଥିବା ଦୁଇ ମହଲା କୋଠା, ଫାର୍ମ ହାଉସ, କଟକ ନୟାବଜାରରେ ଥିବା ସମ୍ପର୍କୀୟଙ୍କ ଘରେ ବି ଚାଲିଛି ଚଢ଼ାଉ । ରେଡରେ ଜଣେ ଅତିରିକ୍ତ ଏସପି, ୧୧ ଡିଏସପି ଓ ୯ ଜଣ ଇନିସପେକ୍ଟର ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ ସଂପୂର୍ଣ୍ଣ ଆକଳନ କରାଯାଇନାହିଁ ।
