ମର୍ଡର ପ୍ଲଟରେ ହତ୍ୟାକାରୀ ସ୍ବାମୀ ବଖାଣିଲା ବର୍ବର କାହାଣୀ । କହିଲା ରାଗ ଲାଗିଲା, ମାରିଦେଲି। ବେଡରୁମରେ କେମିତି ଘଟାଇଥିଲେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ପୋଲିସକୁ ଗୋଟି ଗୋଟି ସତ ବଖାଣିଛନ୍ତି ପତ୍ନୀ ହନ୍ତା ସ୍ବାମୀ ଦେବରାଜ ଷଡଙ୍ଗୀ । ପ୍ରଥମେ ପ୍ରିୟମ୍ବଦାଙ୍କ ତଣ୍ଟି ଚିପି ଦେଇଥିଲେ। ପରେ ପରିବା କଟା ଛୁରୀରେ ଅତି ନିର୍ମମ ଭାବେ ପତ୍ନୀଙ୍କ ଗଳା କାଟିଦେଇଥିଲେ ।୩୦ ବର୍ଷର ସମ୍ପର୍କ ଭୁଲିଗଲା ଜହ୍ଲାଦ ସ୍ବାମୀ । ଯେଉଁ ହାତରେ ପ୍ରିୟମ୍ବଦାଙ୍କ ବେକରେ ମଙ୍ଗଳସୂତ୍ର ପକାଇଥିଲେ ସେହି ହାତରେ ତଣ୍ଟି କାଟିଦେଲେ । ଭୁବନେଶ୍ବର ଏୟାରଫିଲ୍ଡ ଥାନା କୁହା ଗାଁ ସ୍ବସ୍ତିକନଗରରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ହତ୍ୟା ପରେ ଆତ୍ମସମର୍ପଣ କରିଥିଲା ଦେବରାଜ । ଦୁଇ ବର୍ଷ ତଳେ ଏଜିରେ ଆକାଉଣ୍ଟାଣ୍ଟ ଚାକିରିରୁ ଅବସର ନେଇଥିଲେ । ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଛି ଦେବରାଜ ବହୁ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ଯାହାକୁ ନେଇ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଡିପ୍ରେସନ, ପାରିବାରିକ ବିବାଦ ନା ଜମିବାଡି ବିବାଦ । ସବୁକିଛି ଦିଗକୁ ନେଇ ତନାଘନା ତଦନ୍ତ କରୁଛି ଏୟାରଫିଲ୍ଡ ଥାନା ପୋଲିସ ।
