Odia News Portal

୬୦ ଫୁଟ ଉପରୁ ପାହାଡ଼ ତଳକୁ ଖସିଲା OSRTC ବସ୍, ୧୫ ଯାତ୍ରୀ ଆହତ

୬୦ ଫୁଟ ଉପରୁ ପାହାଡ଼ ତଳକୁ ଖସିଲା ବସ୍ I ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ। କୋରାପୁଟ ଜିଲ୍ଲା ସୁଙ୍କିରେ ପାହାଡ ତଳକୁ ଖସି ପଡ଼ିଲା ଓଏସଆରଟିସିର ଭଲବୋ ବସ୍ । ବସଟି ଭବାନୀପାଟଣାରୁ ବିଶାଖାପାଟଣା ଯାଉଥିଲା । ରାତି ପ୍ରାୟ ୨ ଟା ସମୟରେ ସୁଙ୍କି ଥାନା ପୂର୍ବରୁ ବସଟି ପାହାଡ଼ ତଳକୁ ଖସିଯାଇଥିଲା । ସୁଙ୍କି ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ସୂଚନାନୁଯାୟୀ, ଗତ ୫ ମାସ ପୂର୍ବରୁ ବ୍ରିଜ ତଳକୁ ଖସିପଡିଥିଲା ବସ୍ । ଏପରି ଅଘଟଣ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା ପୋଲ ନିକଟରେ ଦେଖିବାକୁ ମିଳିଥିଲା । ବସଟି ଭୁବନେଶ୍ବରରୁ ସୁବର୍ଣ୍ଣପୁର ଆସୁଥିବାବେଳେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା । ଫଳରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇପଡ଼ିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରାଇଥିଲା ।