ମୁଣ୍ଢେର–ଡୁମେରଚୁଆଁ ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଆହତ By Swadhikar News Last updated Apr 18, 2026 ସମ୍ବଲପୁରଜିଲ୍ଲା ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ଅନ୍ତର୍ଗତ ମୁଣ୍ଢେର–ଡୁମେରଚୁଆଁ ସଂରକ୍ଷିତ ଜଙ୍ଗଲରେ ଆଜି ସକାଳ ପ୍ରାୟ ୭ଟା ସମୟରେ ହାତୀଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ। ଖବର ପାଇ ବନ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।ମିଳିଥିବା ସୂଚନା ଅନୁସାରେ, ଆହତ ବ୍ୟକ୍ତି ଓଏଫଡିସି ପକ୍ଷରୁ ଚାଲୁଥିବା ବାଉଁଶ କଟା କାମରେ ନିୟୋଜିତ ଥିଲେ। ସେ ବାଉଁଶ କାଟୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା କୁହାଯାଉଛି। ସେ ଜମନକିରା ଅଞ୍ଚଳର ବାସିନ୍ଦା ବୋଲି ସନ୍ଦେହ କରାଯାଉଛି। ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। swadhikarswadhikar news Share