ବାଲି ମାଫିଆଙ୍କ ବିରୋଧରେ ବଡ଼ କାର୍ଯ୍ୟନୁଷ୍ଠାନ । ୧୩ ଟ୍ରାକ୍ଟର ଜବତ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ମାଇନିଂ ବିଭାଗ ପକ୍ଷରୁ ଗାଡ଼ି ମାଲିକଙ୍କ ବିରୋଧରେ କବିସୂର୍ଯ୍ୟନଗର ଥାନାରେ ଏତଲା । କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁ ପାଖ ଋଷୁକୂଲ୍ୟା ନଦୀରୁ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ପ୍ରଶାସନ ଚଢ଼ାଉ କରିଥିଲା । ନଦୀ ମଧ୍ୟରେ ୧୩ ରୁ ଅଧିକ ଟ୍ରାକ୍ଟରରେ ବାଲି ବୋଝେଇ ହେଉଥିବା ଦେଖି ପ୍ରଶାସନିକ ଅଧିକାରୀମାନେ ଚଢ଼ାଉ କରିଥିଲେ । ମାଫିଆମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ବେଳେ ପ୍ରଶାସନ ପକ୍ଷରୁ ଟ୍ରାକ୍ଟର ଗୁଡିକୁ ଜବତ କରାଯାଇଛି । ଚଢାଉରେ କବିସୂର୍ଯ୍ୟନଗର ଥାନା ଅଧିକାରୀଙ୍କ ସମେତ ପୁରୁଷୋତ୍ତମପୁର ତହସିଲଦାର, ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ମାଇନିଂ ଅଧିକାରୀ ସାମିଲ ଥିଲେ ।
