Odia News Portal

ବସ୍ ଓଲଟି ୧୫ ଆହତ , ବରଯାତ୍ରୀଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ବୌଦ୍ଧରୁ ବରାତି ସାରି ଫେରୁଥିବା ବେଳେ ବସ ଦୁର୍ଘଟଣାରେ ୧୫  ଆହତ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ  ବସ ଦୁର୍ଘଟଣା । ବରଗଡ଼ କମଗାଁ ଅଞ୍ଚଳରୁ ବରଯାତ୍ରୀ ବୌଦ୍ଧ ଅଞ୍ଚଳକୁ ଯାଇଥିଲେ । ବରଯାତ୍ରୀ ବରାତି ସାରି ଫେରୁଥିବା ସମୟରେ ବସ ଦୁର୍ଘଟଣାରେ  ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି  । ଦୁର୍ଘଟଣା ହୋଇଥିବା ବସ ଭିତରୁ ସମସ୍ତଙ୍କୁ ଅଗ୍ନିଶମ ବିଭାଗ ପହଁଞ୍ଚି ଉଦ୍ଧାର କରି ୩ ଜଣଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ୧୨ ଜଣଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  ।  ବସରେ ମୋଟ ୫୪ ଜଣ ଯାତ୍ରୀ ରହିଥିବା ସୂଚନା ମଳିଛି  ।  ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଅଧିକ ତଦନ୍ତ କରୁଛି ।