ଢେଙ୍କାନାଳ ସଦର ରେଞ୍ଜ ସଂସାଇଲ ଗାଁ ନିକଟରେ ହାତୀ ଆକ୍ରମଣରେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ମହିଳା ହେଲେ ବ୍ରଜ ବନ୍ଧୁ ସାହୁଙ୍କ ପତ୍ନୀ ଗୀତାଞ୍ଜଳୀ ସାହୁ । ସକାଳୁ ଗାଁ ନିକଟ ଆମ୍ବ ତୋଟାକୁ ଯାଇ ଆମ୍ବ ଗୋଟାଉଥିବା ବେଳେ ଦନ୍ତାହାତୀ ଆକ୍ରମଣ ଶିକାର ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହାତୀର ଗତି ବିଧି ଉପରେ ନଜର ରଖିଛି ।
ସେପଟେ ହାତୀ ଆକ୍ରମଣରେ ବୃଦ୍ଧ ମହିଳା ମୃତ୍ୟୁ ପରେ ଗ୍ରାମବାସୀ ବନ ବିଭାଗ ଉପରେ ଦୋଷ ଦେଇଛନ୍ତି । ଗ୍ରାମ ନିକଟରେ ହାତୀ ଥିବା ଖବର କାହିଁକି ଗ୍ରାମ ବାସୀମାନଙ୍କୁ ସୂଚନା ପ୍ରଦାନ କରି ନଥିଲା ? ଏଠି ବନ ବିଭାଗର ଏଲିଫ୍ୟାଣ୍ଟ ସ୍କ୍ୱାଡ ହାତୀ ଗତିବିଧି ଉପରେ ନଜର ରଖିବା ସହ ହାତୀ ଗ୍ରାମ ନିକଟର ଥିବା ସୂଚନା ପ୍ରଦାନ କରିବା ପାଇଁ ନିଯୁକ୍ତ ରହିଥିବା ବେଳେ ,ହାତୀ ଆକ୍ରମଣରେ ଅନେକ ସମୟର ଧନ ଜୀବନ ନଷ୍ଟ ହେଉଥିବା କୁହାଯାଇଛି ।
