Odia News Portal

ରାଇସ ମିଲରେ ଅଘଟଣ , ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ  । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନୁଆଁପାଲି ନବକିରଣ ରାଇସ ମିଲରେ ଅଘଟଣ । ମିଲରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମନମୁଣ୍ଡା ଥାନା ସିନ୍ଦୁରପୁର ଗାଁର ସଂକୀର୍ତନ ଦାଶ ବୋଲି ସୂଚନା ମିଳିଛି  ।  ସେ ଗତ ଦୁଇ ବର୍ଷ ହେଲା ମିଲରେ ଡାଟା ଏଣ୍ଟ୍ରି ଅପେରଟର ଭାବେ କାମ କରୁଥିଲେ ।

ଗତକାଲି ସେ ରାତିରେ କାମ ସାରି ଶୋଇଥିଲେ । ଆଜି ସକାଳୁ ତାଙ୍କର  ମୃତ ଦେହ ଦେଖିବାକୁ ମିଳିଥିଲା  । ମୃତ୍ୟୁ କାରଣ କଣ ତାହା ସ୍ପଷ୍ଟ ହୋଇ ନାହିଁ । ସେପଟେ  ମନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି  ।