ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଟକୁମୁଣ୍ଡା ପଞ୍ଚାୟତ ଧାଙ୍ଗୁରୁମୁଣ୍ଡାରେ ଏକ ଛୋଟ ହାତୀ କୁଅରେ ଖସିପଡିଛି । ଛୁଆ ହାତୀକୁ ବଞ୍ଚାଇବାକୁ ହାତୀପଲଙ୍କ ପ୍ରୟାସ । ଘଟଣା ସ୍ଥଳରେ ବନବିଭାଗ ଟିମ ପହଂଚି ହାତୀ କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ଜେସିବି ସହାୟତାରେ ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲୁଥିବା ବେଳେ ହାତୀ ପଲଙ୍କ ପାଇଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଖାଦ୍ୟ ଅନ୍ବେଷଣରେ ଦେବଗଡ଼ରୁ ଛେଣ୍ଡିପଦାକୁ ଆସୁଥିବା ବେଳେ କୂଅରେ ପଡ଼ିଯାଇଥିଲା ହାତୀ ।
ସୂଚନାଯୋଗ୍ୟ, ଦୁଇମାସ ତଳେ, କେନ୍ଦୁଝର ଜିଲ୍ଲା କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ପଡି ଏକ ହାତୀଛୁଆର ମୃତ୍ୟୁ ହୋଇଥିଲା । ବିଳମ୍ବିତ ରାତିରେ ୧୦ ଟିକିଆ ହାତୀପଲ ଯାଉଥିବାବେଳେ ହାତୀ ଛୁଆଟି କୂଅରେ ଖସିପଡିଥିଲା । ଉଦ୍ଧାର କରିବାକୁ ଚେଷ୍ଟା ବେଳେ ଉପରୁ ପଥର ଖସି ହାତୀ ମୁଣ୍ଡରେ ବାଜିଥିଲା । ଫଳରେ ହାତୀଛୁଆର ମୃତ୍ୟୁ ହୋଇଥିଲା । ମୃତ ହାତୀ ଛୁଆକୁ ଉଦ୍ଧାର କରିଥିଲା ବନବିଭାଗ ।
